ବିହାର ରାଜ୍ୟସଭା ଆସନ ପାଇଁ ଏକାଧିକ ପ୍ରତ୍ୟାଶୀ : ଆଗରେ ସୁଶୀଲ ମୋଦି

ବିହାର ରାଜ୍ୟସଭା ଆସନ ପାଇଁ ଏକାଧିକ ପ୍ରତ୍ୟାଶୀ : ଆଗରେ ସୁଶୀଲ ମୋଦି

ବିହାର ରାଜ୍ୟସଭା ଆସନ ପାଇଁ ଏକାଧିକ ପ୍ରତ୍ୟାଶୀ : ଆଗରେ ସୁଶୀଲ ମୋଦି
ପାଟନା : ଏଲଜେପି ସାଂସଦ ରାମବିଳାଶ ପାଶ୍ୱାନଙ୍କ ଦେହାନ୍ତ ପରେ ଖାଲିପଡିଛି ରାଜ୍ୟସଭା ଆସନ । ଏହି ଆସନ ପାଇଁ ବିଜେପିରେ ଏକାଧିକ ପ୍ରତ୍ୟାଶୀ ରହିଥିବା ବେଳେ ପୂର୍ବତନ ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ସବୁଠୁ ଆଗରେ ରହିଛନ୍ତି । ଏହି ଆସନରୁ ରୀନା ପାଶ୍ୱାନଙ୍କୁ ସାମିଲ କରିବା ପାଇଁ ଏଲଜେପି ପକ୍ଷରୁ ନରେନ୍ଦ୍ର ମୋଦିଙ୍କୁ ଚିଠି ମଧ୍ୟ ଲେଖାଯାଇଛି । କେନ୍ଦ୍ରରେ ସୁଶୀଲଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ବିଭାଗ ପ୍ରଦାନ କରାଯିବ ତେଣୁ ବିହାର ମନ୍ତ୍ରୀମଣ୍ଡଳରେ ସୁଶୀଲଙ୍କୁ ସାମିଲ କରାଯାଇନଥିଲା । ସେହିପରି ବିଜେପିର ଆଉ ଜଣେ ଟାଣୁଆ ନେତା ଶାହାନୱାଜ ହୁସେନଙ୍କୁ ଏହି ପଦ ପ୍ରଦାନ କରାଯିବା ନେଇ ଚର୍ଚ୍ଚା ହେଉଛି । ପୂର୍ବତନ ସାଂସଦ ଶାହାନୱାଜ ଦୀର୍ଘ ଦିନ ଧରି କୌଣସି ପଦବୀରେ ରହିନାହାନ୍ତି । ତେଣୁ ଦଳୀୟ କର୍ତ୍ତୃପକ୍ଷ ଶାହାନୱାଜଙ୍କୁ ସଂସଦର ଉଚ୍ଚତମ କକ୍ଷକୁ ପଠାଇବାକୁ ଚାହିଁବେ । ତେବେ ବିଜେପିର ନେତାମାନେ ଏହାକୁ ନେଇ ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରିଛନ୍ତି । ବିଜେପିର ଶୀର୍ଷ ନେତୃତ୍ୱଙ୍କ ଉପରେ ସବୁ କିଛି ନିର୍ଭର କରିବ । ଏନଡିଏର ମନ୍ତ୍ରୀମଣ୍ଡଳକୁ ଦେଖିଲେ ଏହାର ସ୍ପଷ୍ଟ ସୂଚନା ମିଳିବ । ଅନେକ ବରିଷ୍ଠଙ୍କୁ ବାଦ ଦେଇ ବିଜେପି ନେତୃବୃନ୍ଦ ନୂତନ ଚେହେରାଙ୍କୁ ସୁଯୋଗ ଦେଇଥିଲେ ।