ବିହାର ଫଳାଫଳରେ କଡଟକ୍କର : ଆଗରେ ମହାମେଣ୍ଟ

ବିହାର ଫଳାଫଳରେ କଡଟକ୍କର : ଆଗରେ ମହାମେଣ୍ଟ

ବିହାର ଫଳାଫଳରେ କଡଟକ୍କର : ଆଗରେ ମହାମେଣ୍ଟ
ପାଟନା : ବିହାରର ବାଜି କିଏ ମାରିବ । ରାଜ୍ୟର ୨୪୩ଟି ବିଧାନସଭା ଆସନ ପାଇଁ ଆଜି ଭୋଟ ଗଣତି ଆରମ୍ଭ ହୋଇଛି । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ପ୍ରାରମ୍ଭିକ ପର୍ୟ୍ୟାୟରେ ମହାଗଠବନ୍ଧନ ଆଗୁଆ ରହିଛି । ଦିନ ୧୦.୩୦ ସୁଦ୍ଧା ମହାଗଠବନ୍ଧନ ୧୧୨ରେ ଆଗୁଆ ଥିବାବେଳେ ଏନ୍‌ଡିଏ ୧୦୭ରେ ରହିଛି। ସେହିପରି ଏଲ୍‌ଜେପି ୮ରେ ରହିଛି। ଚଳିତ ବିହାର ବିଧାନସଭା ନିର୍ବାଚନ ପାଇଁ ତିନୋଟି ପର୍ୟ୍ୟାୟରେ ଭୋଟ୍‌ଗ୍ରହଣ କରାଯାଇଥିଲା । ପ୍ରାରମ୍ଭିକ ଟ୍ରେଣ୍ଡରୁ ଯାହା ଜଣାପଡୁଛି ବିହାରବାସୀ ଆରଜେଡି ଓ କଂଗ୍ରେସ ମହାମେଣ୍ଟ ସପକ୍ଷରେ ମତ ଦେଇଛନ୍ତି । ରାଘୋପୁରରୁ ତେଜ୍ବସୀ ଯାଦବ ଆଗରେ ରହିଥିବା ବେଳେ ତାଙ୍କ ବଡ଼ ଭାଇ ତେଜ ପ୍ରତାପ ହଂସପୁରରୁ ଆଗରେ ରହିଛନ୍ତି। ଏନ୍‌ଡିଏକୁ କଡା ଚ୍ୟାଲେଞ୍ଜ ଦେଉଛି ମହାଗଠବନ୍ଧନ । ବିହାର ଫଳାଫଳର ପ୍ରାରମ୍ଭିକ ଟ୍ରେଣ୍ଡ୍‌ରୁ ଯାହା ଜଣାପଡୁଛି ବିହାରବାସୀ ୧୫ ବର୍ଷର ନୀତିଶସରକାରଙ୍କଠାରୁ ମୁହଁ ଫେରାଇ ଯୁବ ନେତୃତ୍ବ ତେଜସ୍ବୀଙ୍କୁ ସପୋର୍ଟ କରିଛନ୍ତି । ତେବେ ନିର୍ବାଚନୀ ଫଳାଫଳ କଣ ହେବ ତାହା ପରେ ଜଣାପଡିବ । ମାତ୍ର ଯଦି ଝୁଲା ବିଧାନସଭା ରୁହେ ତେବେ ଚିରାଗ ପାଶ୍ୱାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ।