ବିହାରର ୨ କୋଟିପତି ଶିଶୁଙ୍କୁ ନେଇ ଚର୍ଚ୍ଚା
ବିହାରର ୨ କୋଟିପତି ଶିଶୁଙ୍କୁ ନେଇ ଚର୍ଚ୍ଚା
ପାଟନା : ୨ ଶିଶୁଙ୍କ ବ୍ୟାଙ୍କ ଆକାଉଣ୍ଟରେ ୯୦ କୋଟିରୁ ଅଧିକ ଟଙ୍କା ଜମା ହୋଇଛି। ବିହାରରେ କତିହାର ଜିଲ୍ଲାର ଏହି ଦୁଇ କୋଟିପତି ୨ ଶିଶୁଙ୍କୁ ନେଇ ସାମାଜିକ ଗଣମାଧ୍ୟମରେ ଚାଲିଛି ଜୋରଦାର ଚର୍ଚ୍ଚା। ଷଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଥିବା ୨ ଛାତ୍ର ଆଶିଷ କୁମାର ଏବଂ ଗୁରୁଚରଣ ବିଶ୍ୱାସଙ୍କ ଆକାଉଣ୍ଟରେ ଯଥାକ୍ରମେ ୬,୨୦,୧୧,୧୦୦ ଏବଂ ୯୦, ୫୨,୨୧,୨୨୩ ଟଙ୍କା ଡିପୋଜିଟ ହୋଇଛି । ଗତକାଲି ଏହି ଟଙ୍କା ଜମା ହୋଇଥିବା ଜଣାପଡ଼ିଛି। ବାଗାହୁଡ଼ା ପଞ୍ଚାୟତ ଅଧୀନସ୍ଥ ପସ୍ତିଆ ଗ୍ରାମର ଏହି ୨ ଶିଶୁଙ୍କର ଉତ୍ତର ବିହାର ଗ୍ରାମୀଣ ବ୍ୟାଙ୍କରେ ଆକାଉଣ୍ଟ ରହିଛି । କତିହାର ଜିଲ୍ଲାପାଳ ଉଦୟନ ମିଶ୍ର ମଧ୍ୟ ୨ ଶିଶୁଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏତେ ଟଙ୍କା ଯାଇଥିବା ସ୍ପଷ୍ଟ କରିଛନ୍ତି । ଉତ୍ତର ବିହାର ଗ୍ରାମୀଣ ବ୍ୟାଙ୍କ ଏଲଡିଏମ କହିଛନ୍ତି, ୨ ଶିଶୁଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏତେ ବିପୁଳ ଟଙ୍କା ପଡ଼ିଥିବା ଜାଣି ଆମେ ସେମାନଙ୍କ ଆକାଉଣ୍ଟକୁ ଅଚଳ କରିଦେଇଛୁ। ଶିଶୁଙ୍କ ବାପା ମା’ଙ୍କୁ ଜେରା କରିବା ସମୟରେ ସେମାନେ ଏହି ଟଙ୍କା କେଉଁଠୁ ଆସିଛି କିଛି କହିନାହାନ୍ତି। ତେବେ ଟଙ୍କା କିଏ ପଠାଇଛି ତାହା ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରହିଛି ବୋଲି ଏଲଡିଏମ ଏମ କେ ମଧୁକଡ଼ କହିଛନ୍ତି।




admin 