ବିଧାନସଭାରେ ସୌମ୍ୟ-ପ୍ରତାପ ମୁହାଁମୁହିଁ

ବିଧାନସଭାରେ ସୌମ୍ୟ-ପ୍ରତାପ ମୁହାଁମୁହିଁ

ବିଧାନସଭାରେ ସୌମ୍ୟ-ପ୍ରତାପ ମୁହାଁମୁହିଁ
ଭୁବନେଶ୍ୱର: ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ବିଧାନସଭାରେ ଶାସକ ଦଳ ମୁହାଁମୁହିଁ । ବିଧାନସଭାରେ ମୁହାଁମୁହିଁ ହେଲେ ମନ୍ତ୍ରୀ ପ୍ରତାପ ଜେନା- ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ପାନୀୟ ଜଳ ପ୍ରକଳ୍ପରେ ବାହାର ଲୋକଙ୍କୁ କାମ ଦେବା ନେଇ ସୌମ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗୃହରେ ଖଣ୍ଡପଡା ବିଧାୟକ ସୌମ୍ୟ ପଟ୍ଟନାୟକ କହିଛନ୍ତି ଯେ, ସରକାର ଏଭଳି ମାପଦଣ୍ଡ କରିଛନ୍ତି, ଓଡିଶା ଲୋକଙ୍କୁ କାମ ମିଳୁନି । ବିଧାନସଭାରେ ମନ୍ତ୍ରୀ ପ୍ରତାପ ଜେନା ଉତରରେ କହିଛନ୍ତି ଯେ, ଓଡିଶା ଲୋକଙ୍କୁ ସୁଯୋଗ ମିଳୁଛି , ୫୦ କୋଟି ଭିତରେ ହେଉଥିବା କାମ ଓଡିଶା ଲୋକ ପାଇଛନ୍ତି । ୫୦ କୋଟି ଉପରକୁ କାମ ପାଇଁ ଯେଉଁ ସଂସ୍ଥା ଯୋଗ୍ୟ ହେବା ପରେ ପାଇବ ବୋଲି ମନ୍ତ୍ରୀ କହିଛନ୍ତି ।