ବିଧାନସଭାରେ ଷଷ୍ଠ ଦିନରେ ବି ଅଚଳାବସ୍ଥା ଜାରି , ଗୃହ ୪ଟା ଯାଏ ମୁଲତବି

ବିଧାନସଭାରେ ଷଷ୍ଠ ଦିନରେ ବି ଅଚଳାବସ୍ଥା ଜାରି , ଗୃହ ୪ଟା ଯାଏ ମୁଲତବି

ବିଧାନସଭାରେ ଷଷ୍ଠ ଦିନରେ ବି ଅଚଳାବସ୍ଥା ଜାରି , ଗୃହ ୪ଟା ଯାଏ ମୁଲତବି
ଭୁବନେଶ୍ଵର : ଲଗାତାର ୬ ଦିନ ପାଇଁ ଗୃହରେ ସମାନ ସ୍ଥିତି । ଶାସକ-ବିରୋଧୀ ମୁହାଁମୁହିଁ। ଆଜି ବି ଚାଲି ପାରିଲାନି ଗୃହ। ଧାନ କିଣା ପ୍ରସଙ୍ଗରେ ଆଲୋଚନା ହେଉ। ମଣ୍ଡିରୁ ଚାଷୀଙ୍କର ଧାନ ଉଠାଇବାକୁ ସରକାର ପ୍ରତିଶ୍ରୁତି ଦିଅନ୍ତୁ। ତା' ପରେ ବିଧାନସଭା ଚାଲିବ। ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ। ନଚେତ୍‌ବିଧାନସଭା ଚଳାଇ ଦିଆଯିବ ନାହିଁ। ଏମିତି ଜିଦରେ ଅଡ଼ି ବସିଛନ୍ତି ବିରୋଧୀ ଓ ଶାସକ। ମଣ୍ଡି ଅବ୍ୟବସ୍ଥା, ଧାନ କିଣା ଏବଂ ଭାଜପା ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ବିରୋଧୀ ଓ ଶାସକ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। କେହି ନିଜ ଜିଦ୍‌ରୁ ନ ଓହରିବାରୁ ଲଗାତର ୫ ଦିନ ଲାଗି ବିଧାନସଭା ଅଚଳ ହୋଇଛି। ଏନେଇ ଗୃହ କାର୍ୟ୍ୟ ସ୍ୱାଭାବିକ ହୋଇପାରିନଥିଲା । ଯାହା ଫଳରେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଗୃହକୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ଆଜି ଗୃହ ଆରମ୍ଭ ହେବା ମାତ୍ରେ ଉଭୟ ବିରୋଧୀ ଓ ଶାସକ ଦଳ ହଟ୍ଟଗୋଳ କରିଥିଲେ । ବିରୋଧୀ ଦଳ ପକ୍ଷରୁ ମଣ୍ଡି ଅବ୍ୟବସ୍ଥାକୁ ଗୃହର ମଧ୍ୟଭାଗରେ ଜୋରଦାର ହଟ୍ଟଗୋଳ କରିଥିବା ବେଳେ ଆତ୍ମହତ୍ୟା ଉଦ୍ୟମ ପାଇଁ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ ବୋଲି ଦାବି କରି ଗୃହରେ ନାରାବାଜି କରିଥିଲେ ଶାସକ ଦଳର ବିଧାୟକ । ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ପ୍ରଥମେ ଦିନ ୧୨ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ଆଉ ପୁଣି ଦିନ ୧୨ଟାରେ ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ ହଟ୍ଟଗୋଳ କରିବାରୁ ବାଚସ୍ପତି ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।