ବିଧାନସଭାକୁ ଧସେଇ ପଶିବାକୁ ଉଦ୍ୟମ
ବିଧାନସଭାକୁ ଧସେଇ ପଶିବାକୁ ଉଦ୍ୟମ
ଭୁବନେଶ୍ବର: ଆଶାୟୀ ଶିକ୍ଷକ ସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ସୋମବାର ଧାରଣା ଦିଆଯାଇଛି । ବିଧାନସଭା ଆଗରେ ବିକ୍ଷୋଭ ସମୟରେ ଗୃହ ମଧ୍ୟକୁ ଧସେଇ ପଶିବାକୁ ଉଦ୍ୟମ ସମୟରେ ପୋଲିସ ସେମାନଙ୍କୁ ଉଠାଇ ନେଇଛି । ଦୀର୍ଘ ଦିନ ଧରି ସେମାନଙ୍କ ଦାବି ପୂରଣ ନ ହେବା ପରେ ସଂଘ ଏପରି ଉଦ୍ୟମ କରିଥିବା ଜଣାପଡ଼ିଛି ।
ଦୀର୍ଘଦିନ ଧରି ସେମାନେ ଆନ୍ଦୋଳନ କରିଆସୁଥିଲେ। କିନ୍ତୁ ସରକାରଙ୍କ ପାଖରୁ ତାଙ୍କ ପାଖକୁ କୌଣସି ଅଧିକାରୀ ନ ଯିବାରୁ ବାଧ୍ୟ ହୋଇ ସେମାନେ ଆଜି ବିଧାନସଭା ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି । ଏହାପରେ ଗେଟ ବନ୍ଦ କରି ଦିଆଯିବାରୁ ସେମାନେ ବିଧାନସଭା ଫାଟକ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି ।ଆଶାୟୀ ଶିକ୍ଷକ ସଂଘ ପକ୍ଷରୁ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବାକୁ ଦାବି କରି ଦୀର୍ଘ ଦିନ ଅନଶନ କରିଆସୁଥିଲେ । ତେବେ ଆଜି ସେମାନେ ବିଧାନସଭା ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ । ଏପରି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ପରେ ପୋଲିସ ସେମାନଙ୍କୁ ଉଠାଇ ନେଇଛି ।




admin 