ବିଜେପି ଛାଡିଲେ ଏକନାଥ ଖଡସେ : ଫଡ଼ନାଭିସଙ୍କ ପାଇଁ ଇସ୍ତଫା

ବିଜେପି ଛାଡିଲେ ଏକନାଥ ଖଡସେ : ଫଡ଼ନାଭିସଙ୍କ ପାଇଁ ଇସ୍ତଫା

ବିଜେପି ଛାଡିଲେ ଏକନାଥ ଖଡସେ : ଫଡ଼ନାଭିସଙ୍କ ପାଇଁ ଇସ୍ତଫା
ମୁମ୍ବାଇ : ବିଜେପିର ବରିଷ୍ଠ ନେତା ଏକନାଥ ଖଡ଼ସେ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲଙ୍କୁ ପ୍ରଦାନ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ପାଇଁ ସେ ଦଳ ଛାଡ଼ିଲେ ବୋଲି ପ୍ରକାଶ କରିଛନ୍ତି । ଖଡ଼ସେ କହିଛନ୍ତିଯେ, ‘ମୋର ଦଳ ଛାଡ଼ିବାକୁ ଇଚ୍ଛା ନଥିଲା । କିନ୍ତୁ ଜଣେ ବ୍ୟକ୍ତିଙ୍କ ପାଇଁ ଦଳ ଛାଡ଼ିବାକୁ ପଡ଼ିଲା । ଏନେଇ ସେ ଦଳର ବରିଷ୍ଠ ନେତାଙ୍କୁ ଅବଗତ କରିଥିଲେ ବି କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ତେଣୁ ସେ ଦଳ ଛାଡ଼ିବାକୁ ବାଧ୍ୟ ହେଲେ ।’ ବିଜେପି ଛାଡ଼ିଥିବା ଏକନାଥ ଖଡ଼ସେ ଖୁବଶୀଘ୍ର ଏନସିପିରେ ସାମିଲ ହେବେ । ସମ୍ଭବତଃ ଆସନ୍ତା ଶୁକ୍ରବାର ସେ ଏନସିପିରେ ମିଶିବେ । ଗତ ୪ ବର୍ଷ ଧରି ସେ ଦଳରେ ଅନେକ ବଦନାମ ହୋଇଛନ୍ତି । ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଥିଲା ଓ ଯାଂଚ ଚାଲିଥିଲା ସେଥିରେ ବି କିଛି ମିଳିନଥିଲା । ହେଲେ ତାଙ୍କୁ କ୍ଲିନଚିଟ ଦିଆନଯିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି ।