ବିଜେପିକୁ ଟାର୍ଗେଟ୍‌ କରି ଏପରି କହିଲେ ମମତା

ବିଜେପିକୁ ଟାର୍ଗେଟ୍‌ କରି ଏପରି କହିଲେ ମମତା

ବିଜେପିକୁ ଟାର୍ଗେଟ୍‌ କରି ଏପରି କହିଲେ ମମତା

କୋଲକାତା: ସିଧାସଳଖ ବିଜେପିକୁ ଟାର୍ଗେଟ୍‌ କରି ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  କହିଛନ୍ତି, ଯେଉଁ ଦଳ ନିଯୁକ୍ତି ଗ୍ୟାରେଣ୍ଟି ଦେଇପାରୁ ନାହିଁ ସେହି ଦଳ ଭୋଟ ମାଗିବାର ମଧ୍ୟ ଅଧିକାର ନାହିଁ । ତେଣୁ ତୃଣମୂଳ କଂଗ୍ରେସ ହିଁ ଏକମାତ୍ର ଦଳ ଯିଏକି ଡବଲ ଇଞ୍ଜିନ ସରକାରକୁ ଦେଶରୁ ବିଦା କରିପାରିବ ଏବଂ ଜନତାଙ୍କ ପାଇଁ ବିକଳ୍ପ କିଛି ଯୋଗାଇ ଦେଇପାରିବ’। କେବଳ ଆଉ କେବଳ ତୃଣମୂଳ କଂଗ୍ରେସ ପାର୍ଟି ହିଁ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିକୁ କ୍ଷମତାକୁ ହଟାଇ ପାରିବ । ଅନ୍ୟ କୌଣସି ଦଳ ଏହା କରିପାରିବେ ନାହିଁ । ତ୍ରିପୁରା ଅନୁଷ୍ଠିତ ଏକ ଦଳୀୟ ରାଲିକୁ ସମ୍ବୋଧିତ କରି ଏଭଳି କହିଛନ୍ତି  ମମତା ବାନାର୍ଜୀ ।

ରାଲିରେ ଜନତାଙ୍କୁ ସମ୍ବୋଧିତ କରି ମମତା ବାନାର୍ଜୀ କହିଛନ୍ତି, ତ୍ରିପୁରାରେ ବିଜେପି ସରକାର ରହିଛି ଏବଂ ଏଠାରେ ଗଣତନ୍ତ୍ରର ହତ୍ୟା କରାଯାଉଛି । ତୃଣମୂଳ କଂଗ୍ରେସ ପାର୍ଟିର କର୍ମୀ ଓ ନେତାଙ୍କୁ ବାରମ୍ବାର ଆକ୍ରମଣ କରାଯାଉଛି । ସେମାନଙ୍କ ଗାଡିଗୁଡିକୁ ପୋଡିଦିଆଯାଉଛି । ଗଣତନ୍ତ୍ର ପୂରାପୂରି ଭାବେ ଦୟନୀୟ ଅବସ୍ଥାରେ ରହିଛି’।
ମମତା  କହିଛନ୍ତି, ଯଦି ତ୍ରିପୁରା ଜନତା ଟିଏମ୍‌ସିକୁ ଭୋଟ ଦେଇ କ୍ଷମତାକୁ ଆଣିବେ ତେବେ ପଶ୍ଚିମବଙ୍ଗ ଭଳି ତ୍ରିପୁରାରେ ମଧ୍ୟ ବିକାଶର ଧାରା ଆରମ୍ଭ କରାଯିବ । ଦଳ ଏକାକି ଏଠାରେ ନିର୍ବାଚନ ଲଢିବ । କାରଣ କ୍ଷମତା ପାଇଁ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ଅନ୍ୟ ଦଳ ସହିତ ଟିଏମ୍‌ସି ମେଣ୍ଟ କରିବ ନାହିଁ ।