ବିଜେଡି ରେ ଯୋଗ ଦେଲେ ମିନତି ପଟ୍ଟନାୟକ, ଜାଣନ୍ତୁ କିଏ ଏହି ମିନତି
ବିଜେଡି ରେ ଯୋଗ ଦେଲେ ମିନତି ପଟ୍ଟନାୟକ, ଜାଣନ୍ତୁ କିଏ ଏହି ମିନତି
କଟକ: ବିଜେଡିରେ ଯୋଗ ଦେଲେ ମିନତି ପଟ୍ଟନାୟକ। ତେବେ ଏହି ମିନତି କିଏ ? ନିକଟରେ ରିକ୍ସା ଚାଳକଙ୍କ ନାଁ ରେ କୋଟିଏ ଟଙ୍କାର ସମ୍ପତ୍ତି ଲେଖି ଦେଇଥିଲେ ମିନତି। କଟକ ସୂତାହାଟ ଅଞ୍ଚଳର ମିନତୀ ପଟ୍ଟନାୟକ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ରିକ୍ସା ଚାଳକଙ୍କ ନାଁରେ ଲେଖିଦେଇ ଚର୍ଚ୍ଚାକୁ ଆସିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି ।ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ମିନତି । ଏହି ଅବସରରେ ଓଡ଼ିଶା ମୋ ପରିବାର ସିଟି ସଂଯୋଜକ ରଞ୍ଜନ ବିଶ୍ୱାଳ ଉପସ୍ଥିତ ଥିଲେ ।




admin 