ବିଜେଡିରେ ମିଶିବେ ସୁବାସ ଚୌହାନ

ବିଜେଡିରେ ମିଶିବେ ସୁବାସ ଚୌହାନ

ବିଜେଡିରେ ମିଶିବେ ସୁବାସ ଚୌହାନ
ଭୁବନେଶ୍ୱର : ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ସୁବାସ ଚୌହ୍ୱାନ । ସେ ଖୁବଶୀଘ୍ର ବିଜେଡ଼ିରେ ସାମିଲ ହେବେ । ସେ ଲଢ଼ୁଆ ଲୋକ ତାଙ୍କର ଲଢେ଼ଇ ଜାରିରହିବ ବୋଲି ସୁବାସ କହିଛନ୍ତି । ଏହି ଅବକାଶରେ ସେ ବିଜେପିର କେତେକ ନେତୃବୃନ୍ଦଙ୍କ ବିରୋଧରେ ବିଷୋଦଗାର କରିଛନ୍ତି । ଅହଙ୍କାର ବିରୋଧରେ ସେ ଲଢେ଼ଇ କରିବେ । ତେବେ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି । ସେହିପରି ସେ ଆରଏସଏସରେ ଅଛନ୍ତି ଓ ରହିବେ ବୋଲି ପ୍ରକାଶ କରିଛନ୍ତି । ଟିକେଟ କଟିବା ପରେ ସୁବାସଙ୍କୁ ଦଳର ରାଜ୍ୟ ଉପସଭାତି ପଦ ଦିଆଯାଇଥିଲା । ପରେ ଏହି ଲଲିପପ୍ ତାଙ୍କୁ ସନ୍ତୁଷ୍ଟ କାରିନଥିଲା । ପରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ବିଜେପୁର ଆସନ ପାଇଁ ଟିକେଟ ନେବାକୁ ବାଧ୍ୟ କରାଯାଇଥିଲା ବୋଲି ସୁବାସ ଅଭିଯୋଗ କରିଥିଲେ । ତେବେ ସେ ବିଜେପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲଢିବାକୁ ଆହ୍ୱାନ ଦେଇଥିଲେ । ଏହି କାରଣରୁ ତାଙ୍କୁ ଦଳରେ ଧମକ ଦିଆଯାଇଥିବା ସୁବାସ ଖୋଲାଖୋଲି ଅଭିଯୋଗ କରିବା ସହ ଦଳ ଛାଡିବାକୁ ନିଷ୍ପତି ନେଇଥିଲେ । ଏହା ପରେ ଶ୍ରୀ ଚୌହାନ ବିଜେପିରୁ ଇସ୍ତଫା ଦେଇଥିଲେ ।