ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦାବି ଜୋର ହେଉ: ଦାମ
ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦାବି ଜୋର ହେଉ: ଦାମ
admin
Nov 22, 2019 - 04:44
Updated: Nov 22, 2019 - 04:44
ଭୁବନେଶ୍ବର: ଗତ କିଛିଦିନ ତଳେ ବିଜେପି ଦଳ ଛାଡ଼ିଥିବା ବରିଷ୍ଠ ନେତା ଦାମୋଦର ରାଉତ ଭାରତ ରତ୍ନ କଥା ଉଠାଇଛନ୍ତି। ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ନେଇ ଦାବି କରିଛନ୍ତି ବରିଷ୍ଠ ରାଜନେତା ଦାମୋଦର ରାଉତ। ଶ୍ରୀ ରାଉତ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବର୍ତ୍ତମାନ ସଂସଦରେ ଶୀତକାଳୀନ ଅଧିବେଶନ ଚାଲିଛି। ଏହି ସମୟରେ ଓଡ଼ିଶାର ସାଂସଦ ମାନେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଉପାଧୀ ଦେବା ପାଇଁ ଦାବି ଉପସ୍ଥାପନ କରିବା ଉଚିତ୍।
ଏଥିସହିତ ସେ କହିଛନ୍ତି ଯେ, ଭାରତ ସରକାର ଅତିତରେ ବହୁ ମହାନ ଜନନେତାଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ କରିଛନ୍ତି। ବିଜୁ ବାବୁଙ୍କର କାହାଣୀ କାହାକୁ ବି ଅଜଣା ନାହିଁ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ଓଡ଼ିଶା ସରକାର ଓ ବିଜୁ ଜନତା ଦଳକୁ ଶୃଙ୍ଖଳିତ ଆଚରଣ ପାଇଁ ଭୂୟସୀ ପ୍ରଶଂସା କରିଥିଲେ। ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସମାନ ଭାବେ ପ୍ରଶଂସା କରିଛନ୍ତି। ଏଭଳି ଏକ ଅନୁକୂଳ ପରିସ୍ଥିତିରେ ପ୍ରବାଦପୁରୁଷ ବିଜୁ ବାବୁଙ୍କୁ ଭାରତ ରତ୍ନ ପ୍ରଦାନ କରିବା ନେଇ ଉଦ୍ୟମ ଜୋରଦାର ହେବା ଆବଶ୍ୟକ ବୋଲି ଶ୍ରୀ ରାଉତ ମତ ଦେଇଛନ୍ତି।