ବାହାଘର ପୂର୍ବରୁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ବାହାଘର ପୂର୍ବରୁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ବାହାଘର ପୂର୍ବରୁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
ରା.ଉଦୟଗିରି: ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ପୁରୁଣାପାଣି ପଞ୍ଚାୟତର ଦୁର୍ଗମ ତଥା ଅମୁହାଁ ଗାଁ ଦଲିଖତରେ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତକ ଦ୍ୱୟ ହେଲେ ନୂଆସିାହିର ଟିମା ଦଳାଇ (୨୨) ଓ ଦଲିଖତ ଗ୍ରାମର ନବିତା ନାୟକ । ସେମାନେ ଯୁରୁଡ଼ା ପାହାଡ଼ ଉପରେ ଥିବା ଏକ ଗଛରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁସାରେ, ଉଭୟଙ୍କ ମଧ୍ୟରେ ୮ ମାସ ତଳେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରେ ଉଭୟଙ୍କ ପରିବାର ସହମତିରେ ବାହାଘର ନିଷ୍ପତ୍ତି ହୋଇଥିଲା । ଚଳିତ ମାସ ୨୩ ତାରିଖକୁ ବାହାଘର ଦିନ ଧାର୍ଯ୍ୟ ମଧ୍ୟ ହୋଇଥିଲା । ତଥାପି ଉଭୟେ କେଉଁ କାରଣରୁ ଆତ୍ମହତ୍ୟା କରିଥିଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।