ବାପାର ଶବକୁ ମୁଖାଗ୍ନି ଦେଲେ ଝିଅ

ବାପାର ଶବକୁ ମୁଖାଗ୍ନି ଦେଲେ ଝିଅ

ଗୁଡ଼ଭେଲା, ଝିଅ ଅନ୍ୟ ଜାତିରେ ବିବାହ କରିଥିବାରୁ ସାମାଜିକ ବାସନ୍ଦର ଶିକାର ହୋଇଛି ବାପାର ଶବ । ଜାତି ଭାଇ ସମସ୍ତେ ଥାଇ ବି କେହି କାନ୍ଧ ନ ଦେବାରୁ ଶେଷରେ ଝିଅ ଖଟିଆରେ ଶବ ରଖି ଖଟିଆକୁ ଟାଣି ଟାଣି ଖେତକୁ ନେଇ ଶବ ସକ୍ରାର କଲେ । ଏଥିରେ ସହଯୋଗ କରିଛି ଝିଅର ୫ ବର୍ଷର ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଳ୍ଳା ଗୁଡ଼ଭେଲା ବ୍ଳକର ଘୁନା ଗ୍ରାମରେ । ଘୂନା ଗ୍ରାମର ଝିଅ ପ୍ରମିଲା କିଛି ବର୍ଷ ତଲେ ଅନ୍ୟ ଜାତିର ଏକ ଯୁବକଙ୍କ ସହ ପ୍ରେମ ବିବାହ କରିଥିଲେ । ସେଥିପାଇଁ ବାପା ହୋଇଥିଲେ ଗାଁରୁ ଜାତି ବାସନ୍ଦ । ଝିଅର ସ୍ୱାମୀ ମରିଯିବା ପରେ ଗାଁ ବାହାରେ ଥିବା ନିଜ ଖେତରେ କୁଡ଼ିଆ ଘର କରି ବାଳି ନିଜ ଝିଅ ଓ ନାତି ସହ ରହୁଥିଲେ । ପ୍ରାୟ ୨ ମାସ ବିଚ୍ଛଣାରେ ଅସୁସ୍ଥ ହୋଇ ପଡ଼ି ରହିଥିବାବେଳେ ମଙ୍ଗଳବାର ରାତିରେ ବାଳିର ମୃତ୍ୟୁ ହୋଇ ଯାଇଥିଲା । ଜାତି ବାସନ୍ଦ ଭୟରେ କେହି ପାଖକୁ ଯାଇ ନଥିôଲେ । ଫଳରେ ବୁଧବାର ପର୍ଯ୍ୟନ୍ତ ସେହିପରି ଶବଟି ଘରେ ପଡ଼ି ରହିଥିôଲା । ଶେଷରେ ବାଳିର ଝିଅ ଅନ୍ୟ ଉପାୟ ନ ପାଇ ଶବକୁ ଖଟିଆରେ ରଖି ଖଟିଆକୁ ଘରଠାରୁ ପ୍ରାୟ ୫୦ ମିଟର ଦୂର ନିଜ ଚାଷ ଜମିକୁ ଟାଣି ଟାଣି ନେଇଥିଲା । ଗାଁ ଲୋକ ଦେଇଥିବା କାଠକୁ ନିଜ ବାପାର ଶବ ଉପରେ ସଜାଇ ମୁଖାଗ୍ନି ଦେଇଥିଲେ । ଏଥିରେ ଦୁନିଆକୁ ବୁଝି ନଥିବା ୫ ବର୍ଷର ପ୍ରମିଲାର ପୁଅ ଶବସକ୍ରାର କରିବାରେ ସହଯୋଗ କରିଥିବା ନେଇ ଅଂଚଳରେ ଚର୍ଚ୍ଚାର ବିଷୟ ପାଳଟିଛି । କିନ୍ତୁ ମଧ୍ୟ ଯୁଗୀୟ ଜାତି ବାସନ୍ଦ ପରମ୍ପରା ଯୋଗୁଁ ମନୁଷ୍ୟର ମାନବିକତା ହାର ମାନିଛି । କିନ୍ତୁ ଗାଁ ଲୋକଙ୍କ ଜାତି ବାସନ୍ଦ ପାଇଁ ୫ ବର୍ଷୀୟ ପୁଅ ସହ ଏକୁଟିଆ ଜୀବନ ସହିତ ଳଢ଼େଇ କରୁଛି ପ୍ରମିଲା । ଏ ବିଷୟରେ ଗୁଡ଼ଭେଲା ବ୍ଳକ ବିଡ଼ିଓ ସୂର୍ଯ୍ୟ କୁମାର ନାୟକ କହନ୍ତି ଯେ ଘୂନା ପଂଚାୟତ ତରଫରୁ ହରିଶ୍ଚନ୍ଦ୍ର ଯୋଜନରେ ୨ ହଜାର ଟଙ୍କା ପ୍ରାଥମିକ ସହାୟତା ଦିଆଯାଇଥିବାବେଳେ ଜାତି ବାସନ୍ଦ ହୋଇଥିବା ବିଷୟରେ କେହି କହିନ ଥିବା ସେ ପ୍ରକାଶ କରିଥିଲେ ।