ବାତ୍ୟା : ଓଡିଶାରେ ପଡିବନି ପ୍ରଭାବ

ବାତ୍ୟା : ଓଡିଶାରେ ପଡିବନି ପ୍ରଭାବ

ବାତ୍ୟା : ଓଡିଶାରେ ପଡିବନି ପ୍ରଭାବ

ଭୁବନେଶ୍ୱର: ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ପଡ଼ିବନି । ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ଘନୀଭୂତ ହୋଇ ବାତ୍ୟା ରୂପ ନେବ । ୮ ତାରିଖ ସୁଦ୍ଧା ଏହା ଉତ୍ତର ତାମିଲନାଡୁ ଓ ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବ । ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବନି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ  କହିଛନ୍ତି, ଓଡ଼ିଶା ଉପରେ ବାତ୍ୟାର ପ୍ରାୟତଃ ପ୍ରଭାବ ରହିବନି । କିନ୍ତୁ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ ରହିବ । କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ବଢ଼ିଯିବ । ଏଥିପାଇଁ ଶୀତ କମିବ । ୮ ଓ ୯ ତାରିଖ ଅଧିକ ଶୀତ ଅନୁଭୂତ ହେବନି ।
ଆସନ୍ତା ୨୪ ଘଣ୍ଟା ଭିତରେ ରାଜ୍ୟର କିଛି ସ୍ଥାନରେ ରାତି ତାପମାତ୍ରା ପ୍ରାୟ ଦୁଇ ଡିଗ୍ରୀ କମିଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ବଲାଙ୍ଗୀରରେ କୁହୁଡ଼ି ପଡ଼ିବ ।