ବାତ୍ୟା ସହାୟତା ନେଇ ନିରଞ୍ଜନଙ୍କ ପ୍ରଶ୍ନ ।

ବାତ୍ୟା ସହାୟତା ନେଇ ନିରଞ୍ଜନଙ୍କ ପ୍ରଶ୍ନ ।

ବାତ୍ୟା ସହାୟତା ନେଇ ନିରଞ୍ଜନଙ୍କ ପ୍ରଶ୍ନ ।
ବାତ୍ୟା ‘ଅମ୍ପନ’ ଜନିତ କ୍ଷୟକ୍ଷତି ନେଇ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ପାଇଁ ତକ୍ରାଳ ଅଗ୍ରୀମ ୫୦୦ କୋଟି ସହାୟତା ରାଶି ଘୋଷଣା କରିଛନ୍ତି । ତେବେ ଏହି ସହାୟତା ରାଶି ଘୋଷଣାକୁ ନେଇ ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କ୍ଷୟକ୍ଷତି ନେଇ ଓଡ଼ିଶା କେନ୍ଦ୍ର ସରକାରଙ୍କ ପାଖରୁ ଚାହୁଁଥିଲା କ’ଣ ଓ ସେ ଦେଲେ କ’ଣ । ଯେତିକି ଦେଲେ ସେଥିରେ ବୋଧେ ଓଡ଼ିଶା ସନ୍ତୁଷ୍ଟ । ଅଦ୍ୟାବଧି ଖୋର୍ଦ୍ଧା, ପୁରୀ ପରି ଅନେକ ସ୍ଥାନରେ ଫୋନି ଟଙ୍କା ଲୋକେ ପାଇନାହାନ୍ତି । ସରକାର ପ୍ରଚାର କଲେ, କ୍ଷତିଗ୍ରସ୍ତ ସବୁ ଲୋକଙ୍କୁ ପକ୍କା ଘର ଦେଲେ । ତେବେ କଚ୍ଚା ଘରବାଲାଙ୍କୁ ନଦେଇ ପକ୍କା ଘରବାଲାଙ୍କୁ ଦେଲେ କି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ ବିପର୍ଯ୍ୟୟର ସ୍ଥାୟୀ ସମାଧାନ ପାଇଁ ମୋଦୀ ବ୍ଲୁ ପ୍ରିଣ୍ଟ କରିବାକୁ କହିଥିଲେ । ଏଣେ କେନ୍ଦ୍ର ସରକାର ସ୍ଥାୟୀ ସମାଧାନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଥିବା ନିରଞ୍ଜନ କହିଛନ୍ତି । ତେବେ ପ୍ରକୃତରେ କିଏ କରିବ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି ।