ବାତ୍ୟା ଆସିବ କି

ବାତ୍ୟା ଆସିବ କି

ବାତ୍ୟା ଆସିବ କି

ଭୁବନେଶ୍ୱର : ପୁଣି ମେ' ମାସରେ ଆସିବ କି ଆଉ ଏକ ବାତ୍ୟା? ଏମିତି ଆଶଙ୍କା ଏବେ ଗୋଡେଇ ବୁଲିଲାଣି । ପାଣିପାଗର ପରିବର୍ଦ୍ଧିତ ପୂର୍ବାନୁମାନରେ ବି ମେ ଦ୍ଵିତୀୟ ସପ୍ତାହରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇ ଉପକୂଳକୁ ମୁହାଇବ ବୋଲି ଅନୁମାନ କରାଯାଉଛି । ପ୍ରାକ ଆକଳନ ଅନୁଯାୟୀ ଏହା ପଶ୍ଚିମବଙ୍ଗ, ଓଡିଶା, ଆନ୍ଧ୍ର କିମ୍ବା ତାମିଲନାଡୁକୁ ମୁହାଁଇପାରେ । ମାତ୍ର ବାତ୍ୟା ହେବା ନେଇ ଓ ସମ୍ଭାବ୍ୟ ଗତିପଥ ନେଇ ଏବେ ସ୍ପଷ୍ଟ ଆକଳନ କରିହେଉନି । 2019 ପରଠୁ ଠାରୁ ପ୍ରତିବର୍ଷ ଖରାଦିନେ ବାତ୍ୟା ଉପକୂଳ ମୁହାଁ ହେଉଛି।


ଡହଡହ ତାତିରେ ସିଝୁଛି ଓଡିଶା  । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଭିତରେ ଆସିଛି ଆଶ୍ୱସ୍ତିକର ଖବର । ଆସୁଛି ଲଘୁଚାପ  । ମେ’ ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ଆଖପାଖ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି  । ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହି ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ  । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି  । ଏନେଇ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି । 


ଅନ୍ୟପଟେ ଆଜି ସାରା ରାଜ୍ୟ ଜାରି ରହିଛି ପ୍ରଚଣ୍ଡ ତାତି । ଦିନ ସାଢେ ୧୧ଟାରେ ଭୁବନେଶ୍ୱରର ତାପମାତ୍ରା ୩୯ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଝାରସୁଗୁଡାରେ ୪୦.୪ଡିଗ୍ରୀ, କେନ୍ଦୁଝରରେ ୪୦.୬ଡିଗ୍ରୀ, ସମ୍ବଲପୁର ୩୯.୨ଡିଗ୍ରୀ ରେକର୍ଡ ହୋଇଥିବା ସୂଚନା ମିଳିଛି ।    


ଆଜି ଗ୍ରୀଷ୍ମ ପ୍ରବାହ ପାଇଁ ପାଣିପାଗ ବିଭାଗ ପକ୍ଷରୁ ୧୧ ଜିଲ୍ଲାରେ ୱାର୍ଣ୍ଣିଂ ଜାରି କରାଯାଇଛି । ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡିକ ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ସମ୍ବଲପୁର, ବରଗଡ, ସୁବର୍ଣ୍ଣପୁର, ବୌଦ୍ଧ ଓ ବଲାଙ୍ଗିର ରହିଛି । ଆଗାମୀ ଦୁଇ ଦିନ ତାତିରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହା ସହିତ ଆଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନରେ ୩ରୁ ୫ଡିଗ୍ରୀ ଯାଏଁ ତାତି ଅଧିକ ରହିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।