ବାଣ ଗୋଦାମରେ ଚଢାଉ: ୩ ଗିରଫ

ବାଣ ଗୋଦାମରେ ଚଢାଉ: ୩ ଗିରଫ

ବାଣ ଗୋଦାମରେ ଚଢାଉ: ୩ ଗିରଫ
ଜଗତପୁର: କଟକ ଜଗତପୁର ଅଂଚଳରେ ବାଣ ଗୋଦାମରେ ଚଢାଉ କରାଯାଇଥିଲା । ଚଢାଉ ବେଳେ ୩ ଜଣଙ୍କୁ ଗିରଫ କରିବା ସହିତ ଗୋଟିଏ ଟ୍ରକ ବାଣ ଜବତ କରିଛି କମିସନରେଟ ପୋଲିସ । ୩ କେଜି ପୋଟାସିୟମ, ୯ କେଜି ଗନ୍ ପାଉଡର ଜବତ କରାଯାଇଛି । ଜବତ ବାଣର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବ । ପଦ୍ମପୁର, ତ୍ରିଲୋଚନପୁର ଓ କାଜି ବଜାରରେ ବେଆଇନ ବାଣ ଗୋଦାମ ଚାଲିଥିବା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ସକାଳେ ପୁଲିସ୍ ଏହି ସବୁ ସ୍ଥାନରେ ଚଢ଼ଉ କରିଥିଲା। ଏହି ଚଢ଼ଉରେ ପୁଲିସ୍ଏ ସିପି ଓ ଆଇଆଇସି ସାମିଲ ହୋଇଥିଲେ। ସୂଚନାଯୋଗ୍ୟ, କିଛି ଦିନ ତଳେ ଜଗତପୁର ଥାନାର ତ୍ରିଲୋଚନପୁର ଓ ମହାଜନପୁର ଗାଁରେ ପୁଲିସ ଚଢଉ କରି ୫୦ ଲକ୍ଷରୁ ଅଧିକ ଟଙ୍କାର ବାଣ, ବିସ୍ଫୋରକ, ଲୁହା ଗୁଣ୍ଡ, ବାରୁଦ ଆଦି ଜବତ କରିଥିଲା। ଏହି ଘଟଣାରେ ୧୨ ଜଣଙ୍କୁ ଅଟକ ରଖିଥିଲା।