ବର୍ଷାଙ୍କ ବୟାନ ରେକର୍ଡ କଲେ ଡିପିଓ
ବର୍ଷାଙ୍କ ବୟାନ ରେକର୍ଡ କଲେ ଡିପିଓ
admin
Sep 7, 2020 - 09:01
Updated: Sep 7, 2020 - 09:01
କଟକ: ବର୍ଷା ପ୍ରିୟଦର୍ଶିନୀ ନିଜ ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣି ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅପରପକ୍ଷରେ ଅନୁଭବ ମଧ୍ୟ ଛାଡ଼ପତ୍ର ଦେବା ପାଇଁ ଦିଲ୍ଲୀ ପଟିଆଲା କୋର୍ଟରେ ପହଞ୍ଚିଛନ୍ତି । ଏହାରି ଭିତରେ ଆଜି ଜିଲ୍ଲା ସୁରକ୍ଷା ଅଧିକାରୀ ବା ଡିପିଓ ଅଭିନେତ୍ରୀ ବର୍ଷାଙ୍କ ବୟାନ ରେକର୍ଡ କରିଛନ୍ତି । ଶାଶୁଘର କଟକ ନନ୍ଦିସାହିରେ ପହଞ୍ଚି ଡିପିଓ ବର୍ଷାଙ୍କ ବୟାନ ରେକର୍ଡ କରିଛନ୍ତି । ଏଥିରେ ବର୍ଷା ସହଯୋଗ କରିଥିବା ଓ ଆଜି ରେକର୍ଡ ଦାଖଲ କରିବେ ବୋଲି ଡିପିଓ କହିଛନ୍ତି । ନିଜ ସାଂସଦ ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ବର୍ଷା ପ୍ରିୟଦର୍ଶିନୀ ଆଣିଥିବା ପାରିବାରିକ ହିଂସା ମାମଲାର ଶୁଣାଣି ପାଇଁ ଆସନ୍ତା ଅକ୍ଟୋବର ୧୨ ତାରିଖ ଦିନ ଧାର୍ୟ୍ୟ କରାଯାଇଛି । ପ୍ରୋଟେକ୍ସନ ଅଫିସର ରିପୋର୍ଟ ଦାଖଲ କରିନଥିବାରୁ ଶୁଣାଣିକୁ ଘୁଞ୍ଚାଯାଇଛି । ରିପୋର୍ଟ ଦାଖଲ ହୋଇନଥିବା ସମ୍ପର୍କରେ ବର୍ଷାଙ୍କ ଓକିଲ କହିଥିଲେ । ପ୍ରୋଟେକ୍ସନ ଅଫିସର ବର୍ଷାଙ୍କ ବୟାନ ରେକର୍ଡ କରିନଥିବା ଓକିଲ କହିଥିଲେ ।
ପ୍ରକାଶ ଯେ, ବର୍ଷା ସିଆରଏଲଏମସି ନମ୍ବର ୯୪/୨୦୨୦ରେ ପ୍ରୋଟେକ୍ସନ ଅଫ ୱମେନ ଫ୍ରମ ଡୋମେଷ୍ଟିକ ଭାଓଲେନ୍ସ ଆକ୍ଟ ୨୦୦୫ର ଦଫା ୧୨, ୧୭, ୧୮, ୧୯, ୨୦ ଓ ୨୨ରେ ମକଦ୍ଧମା ଦାୟର କରିଥିଲେ । ଅନ୍ୟପକ୍ଷରେ ଅନୁଭବ ମହାନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ମଧ୍ୟ ଛାଡ଼ପତ୍ର ପିଟିସନ ଦାଖଲ କରିଛନ୍ତି । ଶ୍ରୀ ମହାନ୍ତି ଦାଖଲ କରିଥିବା ୪୭ ପୃଷ୍ଠାର ଛାଡ଼ପତ୍ର ପିଟିସନରେ ପତ୍ନୀ ବର୍ଷାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।