ବ୍ରହ୍ମସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା
ନୂଆଦିଲ୍ଲୀ : ଭାରତୀୟ ନୌସେନା ବ୍ରହ୍ମସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରିଛି । ରବିବାର ଆରବସାଗରରୁ ଏକ ଯୁଦ୍ଧ ଜାହାଜରୁ ବ୍ରହ୍ମସ କ୍ଷେପଣାସ୍ତ୍ରକୁ ଉତ୍କ୍ଷେପଣ କରାଯାଇଥିବାବେଳେ ଏହା ନିର୍ଦିଷ୍ଟ ସ୍ଥାନକୁ ଠିକ୍ ଲକ୍ଷ୍ୟଭେଦ କରିଥିଲା। କଲକାତା କ୍ଲାସର କ୍ଷେପଣାସ୍ତ୍ର ପରିବହନକାରୀ ଯୁଦ୍ଧଜାହାଜରୁ ପରୀକ୍ଷା କରାଯାଇଥିଲା। ନୌସେନାର ଏହି ସଫଳତା ଭାରତ ପ୍ରତିରକ୍ଷା ବାହିନୀ ଆତ୍ମନିର୍ଭର ହେବା ଦିଗରେ ଆଉ ଏକପାଦ ଆଗକୁ ବଢିଛି। ଏହା ପୂର୍ବରୁ ବ୍ରହ୍ମସ କ୍ଷେପଣାସ୍ତ୍ରକୁ ଯୁଦ୍ଧବିମାନରୁ ଦୁଇଥର ସଫଳ ପରୀକ୍ଷା କରାଯାଇଥିଲା। ଭାରତକୁ ବ୍ରହ୍ମସର ଜଳ, ସ୍ଥଳ ଓ ଆକାଶ ତିନିଟି ବର୍ଗର କ୍ଷେପଣାସ୍ତ୍ର ମିଳିସାରିଛି।




admin 