ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ୨ ନିଖୋଜ
କେନ୍ଦ୍ରାପଡ଼ା ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ୨ ନିଖୋଜ । ଏପରି ଅଘଟଣ ଆଜି ସକାଳେ କେନ୍ଦ୍ରାପଡ଼ା ଜିଲ୍ଲା ଏକମାଣିଆ ପଞ୍ଚାୟତରେ ଘଟିଛି। ଗ୍ରାମବାସୀ ଖୋଜାଖୋଜି କରୁଥିଲେ ବି ନିଖୋଜଙ୍କ ପତ୍ତା ମିଳି ପାରିନି । ଆଜି ସକାଳେ ୩୦ ଯାତ୍ରୀଙ୍କୁ ଧରି ଏକ ଡଙ୍ଗା ଏକମାଣିଆ ପଞ୍ଚାୟତରୁ ରାଜନଗର କେରଡାଗଡ଼କୁ ଯାଉଥିଲା। ମାତ୍ର ଡଙ୍ଗାଟି କୂଳରୁ କିଛି ବାଟ ଯିବା ପରେ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଗ୍ରାମବାସୀ ସଙ୍ଗେ ସଙ୍ଗେ ଡଙ୍ଗାରେ ଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ନାବାଳକଙ୍କ ସମେତ ୨ ଜଣଙ୍କ ପତ୍ତା ମିଳିନି। ଖବର ଲେଖା ହେବା ପର୍ୟ୍ୟନ୍ତ ଗ୍ରାମବାସୀ ଖୋଜାଖୋଜି ଜାରି ରଖିଥିବା ବେଳେ ଅଗ୍ନିଶମ କର୍ମଚାରୀ କିମ୍ବା ପୁଲିସ୍ ପହଞ୍ଚି ନ ଥିବା ଜଣାଯାଇଛି।




admin 