ବରଗଡ଼ରୁ ପିଏମ୍ କୁସୁମ୍-ସି ଯୋଜନାର ଶୁଭାରମ୍ଭ
ବରଗଡ଼ରୁ ପିଏମ୍ କୁସୁମ୍-ସି ଯୋଜନାର ଶୁଭାରମ୍ଭ
ବରଗଡ଼ରୁ ପିଏମ୍ କୁସୁମ୍-ସି ଯୋଜନାର ଶୁଭାରମ୍ଭ
***************************
ବରଗଡ଼, ୩ା୨: ପଶ୍ଚିମ ଓଡ଼ିଶାର ବିଦ୍ୟୁତ ବିତରଣ କମ୍ପାନି ଟିପିଡବ୍ଲୁଓଡିଏଲ୍ ପକ୍ଷରୁ କେନ୍ଦ୍ର ସରକାରର ପିଏମ୍ କୁସୁମ୍-ସି ଯୋଜନାର ଶୁଭାରମ୍ଭ ହୋଇଛି। ସ୍ଥାନୀୟ ଟାଉନ୍ ହଲ୍ଠାରେ ଅନୁଷ୍ଠିତ ସମାରୋହରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଉପସ୍ଥିତିରେ ଯୋଜନା ଲୋକାର୍ପିତ ହୋଇଛି। ଏଥିରେ ମନ୍ତ୍ରୀ ରୀତା ସାହୁ, ସାଂସଦ ପ୍ରତିନିଧି ସୁରେଶ୍ବର ଶତପଥୀ, ଟିପିଡବ୍ଲୁଓସିଏଲ୍ ବାଣିଜ୍ୟ ବିଭାଗ ମୁଖ୍ୟ ସୁନୀଲ ଶର୍ମା, ବୈଷୟିକ ବିଭାଗ ମୁଖ୍ୟ ସୁମିତ ଘୋଷ ପ୍ରମୁଖ ମଂଚାସୀନ ଥିଲେ। ଟିପିଡବ୍ଲୁଓସିଏଲ୍ ପିଆର୍ଓ ମନୋଜ ପଟ୍ଟନାୟକ ମଂଚ ପରିଚାଳନା କରିଥିଲେ। ଏହି ଯୋଜନା ଅନୁସାରେ ପଶ୍ଚିମ ଓଡ଼ିଶାର କୃଷକଙ୍କୁ ସୌରଶକ୍ତି ବ୍ୟବହାରରେ ବିଦ୍ୟୁତ ଶକ୍ତିକୁ କୃଷି କାର୍ଯ୍ୟରେ ବ୍ୟବହାର, ବଳକା ବିଦ୍ୟୁତ ଶକ୍ତିକୁ ବିତରଣ କମ୍ପାନିକୁ ବିକ୍ରୟ କରି ରୋଜଗାରକ୍ଷମ କରାଇବା ଲକ୍ଷ୍ୟ ରହିଛି। ଯୋଜନାର ବିସ୍ତୃତ ରୂପରେଖକୁ ଟିପିଡବ୍ଲୁଓସିଏଲ୍ ଅଧିକାରୀମାନେ ଉପସ୍ଥିତ ଚାଷୀଙ୍କୁ ସୂଚନା ଦେଇଥିଲେ।




admin 