ବନ୍ୟା ପାଇଁ IAS ନିଯୁକ୍ତି, ଜାଣନ୍ତୁ କାହାକୁ ଦିଆଗଲା କେଉଁ ଜିଲ୍ଲାର ଦାୟିତ୍ବ

ବନ୍ୟା ପାଇଁ IAS ନିଯୁକ୍ତି, ଜାଣନ୍ତୁ କାହାକୁ ଦିଆଗଲା କେଉଁ ଜିଲ୍ଲାର ଦାୟିତ୍ବ

ବନ୍ୟା ପାଇଁ IAS ନିଯୁକ୍ତି, ଜାଣନ୍ତୁ କାହାକୁ ଦିଆଗଲା କେଉଁ ଜିଲ୍ଲାର ଦାୟିତ୍ବ
ଭୁବନେଶ୍ବର : ବିଭିନ୍ନ ବନ୍ୟା ପ୍ରଭାବିତ ଜିଲ୍ଲା ପାଇଁ ବରିଷ୍ଠ ଅଧିକାରୀ ନିଯୁକ୍ତି ଦିଆଯାଇଛି । ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଭିନ୍ନ ଜିଲ୍ଲା ପାଇଁ ଆଇଏଏସଙ୍କୁ ନିଯୁକ୍ତି ଦିଆଯାଇଛି । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ୬ ଆଇଏଏସ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି । ହେମନ୍ତ ଶର୍ମାଙ୍କୁ କେନ୍ଦ୍ରପଡା ଜିଲ୍ଲାର ଦାୟିତ୍ବ ଦିଆଯାଇଥିବାବେଳେ ଡିକେ ସିଂହଙ୍କୁ କଟକ, ବିଶାଲ ଦେବଙ୍କୁ ବାଲେଶ୍ବର, ବିପି ସେଟ୍ଟିଙ୍କୁ ଭଦ୍ରକ, ଭିଭି ଯାଦବଙ୍କୁ ଯାଜପୁର,ସତ୍ୟବ୍ରତ ସାହୁଙ୍କ ଜଗତସିଂହପୁର ଜିଲ୍ଲାର ଦାୟିତ୍ବ ଦିଆଯାଇଛି ।