ବିଦ୍ୟୁତ ତାର ସଂସ୍ପର୍ଶରେ ନାବାଳକ ମୃତ
ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଖରିବାନ୍ଧ ଗାଁରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ନାବାଳକର ମୃତ୍ୟୁ ଘଟିଛି। ମୃତ ନାବାଳକ ଜଣଙ୍କ ହେଲେ ଶଙ୍କର ସ୍ୱାଇଁ। ସେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲେ।
ଗତକାଲି ଖରିବାନ୍ଧ ଗାଁରେ ଏକ ବିବାହ ଭୋଜି ଚାଲିଥିଲା। ଭୋଜି ଏକ ସ୍କୁଲରେ ନିକଟରେ ହେଉଥିଲା। ଟେଣ୍ଟ ହାଉସର ଲୋକେମାନେ ସ୍କୁଲ ପରିସରରେ ଥିବା ସ୍ଲାଇଡର ଉପରେ ଦେଇ ତାର ଟାଣି ଭୋଜିରେ ବିଦ୍ୟୁତ ସଂଯୋଗ କରିଥିଲେ। ଶଙ୍କର ସନ୍ଧ୍ୟା ସମୟରେ ସାଙ୍ଗମାନଙ୍କ ସହ ସ୍କୁଲ ପରିସରରେ ଖେଳୁଥିଲେ। ଏହି ସମୟରେ ସେ ସ୍ଲାଇଡର ଉପରେ ଦେଇ ଟଣା ଯାଇଥିବା ତାର ସଂସ୍ପର୍ଶରେ ଆସିଯାଇଥିଲେ।
ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।




admin 