ବଢିବ ବିଧାୟକଙ୍କ ଦରମା !

ବଢିବ ବିଧାୟକଙ୍କ ଦରମା !

ବଢିବ ବିଧାୟକଙ୍କ ଦରମା !

ଭୁବନେଶ୍ୱେର : ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି କରିବାକୁ ପରାମର୍ଶଦାତା କମିଟି ତା’ର ରିପୋଟ ର୍ବାଚସ୍ପତିଙ୍କୁ ପ୍ରଦାନ କରିଛି । ମିଳିଥିବା ସୂଚନା ଅନୁଯାୟୀ କମିଟି ବିଧାୟକମାନଙ୍କ ଦରମା, ଭତ୍ତା ଏବଂ ପୂର୍ବତନ ବିଧାୟକଙ୍କ ପେନସନକୁ ପାଖାପାଖି ଦୁଇଗୁଣା କରିବାକୁ ପ୍ରସ୍ତାବ ଦେଇଛି ।
ପରାମର୍ଶଦାତା କମିଟିର ଅଧ୍ୟକ୍ଷ ଅମର ଶତପଥୀ କହିଛନ୍ତି, ଅନ୍ୟ ରାଜ୍ୟର ବିଧାୟକଙ୍କ ପ୍ରସ୍ତାବ ଓ ପୂର୍ବତନ ବିଧାୟକଙ୍କ ଦାବିକୁ ବିଚାର କରି ପରାମର୍ଶଦାତା କମିଟି ରିପୋର୍ଟ ପ୍ରସ୍ତୁତ କରିଛି । ଦରମା ଓ ପେନସନ କେତେ ବଢାଇବାକୁ ସୁପାରିଶ କରିଛି ତାହା କହିହେବନି ।

ସୂଚନାଥାଉକି, ଗତ ମୌସୁମୀ ଅଧିବେଶନବେଳେ ବିଧାୟକମାନେ ଦରମା ଓ ପୂର୍ବତନ ବିଧାୟକମାନେ ପେନସନ ବୃଦ୍ଧି ନେଇ ଦାବି କରିଥିଲେ । ଏବେ ବିଧାୟକମାନଙ୍କୁ ଦରମା ଓ ଭତ୍ତା ବାବଦକୁ ୯୯ହଜାର ଟଙ୍କା ମିଳୁଛି । ଏଥିରେ ଦରମା ବାବଦକୁ ୩୫ହଜାର, ଯାତାୟତ ଭତ୍ତା ୧୫ହଜାର, ମେଡିକାଲ ଖର୍ଚ୍ଚ ୫ହଜାର, ଟେଲିଫୋନ ବିଲ୍‌ ୮ହଜାର, ସେକ୍ରେଟେରିଆଲ ଖର୍ଚ୍ଚ ୨୦ହଜାର, ବିଦ୍ୟୁତ ଦେୟ ବାବଦକୁ ୫ହଜାର ଟଙ୍କା ମିଳୁଛି । ଏହାବାଦ୍‌ ଅନ୍ୟାନ୍ୟ ଭତ୍ତା ମିଶାଇଲେ ମୋଟ ଦରମା ୯୯ ହଜାର ଟଙ୍କା । ସେହିପରି ପୂର୍ବତନ ବିଧାୟକଙ୍କୁ ମାସକୁ ୩୦ହଜାର ଟଙ୍କା ପେନସନ୍‌ ମିଳୁଛି । ହେଲେ ଏତିକି ଦରମା ଓ ପେନସନରେ ଚଳିବା କଷ୍ଟକର ଥିବାରୁ ଏହାକୁ ବଢାଇବାକୁ ବିଧାୟକମାନେ ଦାବି କରିଥିଲେ ।