ବଡ ଖବର : ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସନ୍ତୋଷ ଗଙ୍ଗୱାର

ବଡ ଖବର : ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସନ୍ତୋଷ ଗଙ୍ଗୱାର

ବଡ ଖବର : ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସନ୍ତୋଷ ଗଙ୍ଗୱାର

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିବେ । ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସଂଧ୍ୟା ୬ଟାରେ ଶପଥ ଗ୍ରହଣ ସମାରୋହ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ କିଛି ନୂଆ ମନ୍ତ୍ରୀ ସାମିଲ ହେବା ଓ କିଛି ମନ୍ତ୍ରୀ ବାଦ ପଡ଼ିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା କେନ୍ଦ୍ରମନ୍ତ୍ରିମଣ୍ଡଳରୁ ସନ୍ତୋଷ ଗଙ୍ଗୱାର ଇସ୍ତଫା ଦେଇଥିବା ଜଣାଯାଇଛି । ଶ୍ରମମନ୍ତ୍ରୀ  ସନ୍ତୋଷ ଗଙ୍ଗୱାରଙ୍କ ଇସ୍ତଫାନେଇ ପିଟିଆଇ ସୂତ୍ରରୁ ଜଣାଯାଇଛି । 

ଅନ୍ୟପକ୍ଷରେ ମୋଦୀଙ୍କ ଟିମରେ ୨୩ ଜଣ ନୂଆ ମନ୍ତ୍ରୀ ସାମିଲ ହୋଇପାରନ୍ତି ।  ରାଷ୍ଟ୍ରପତି ଭବନକୁ ୨୩ ଜଣଙ୍କ ନାମ ଯାଇଥିବା ସୂଚନା ମିଳିଛି ।  ତନ୍ମଧ୍ୟରୁ ଜ୍ୟୋତିରାନ୍ଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୱାଲ, ପଶୁପତି ପାରସ, ନାରାୟଣ ରାଣେ, ଭୂପେନ୍ଦ୍ର ଯାଦବ, ଅନୁପ୍ରିୟା ପଟେଲ, ମିନାକ୍ଷୀ ଲେଖି ଓ ଅଶ୍ୱିନ ବୈଷ୍ଣବଙ୍କ ନାମ ସାମିଲ ଥିବା ଜଣାଯାଇଛି । ସେହିପରି ରାଷ୍ଟ୍ରମନ୍ତ୍ରୀ ଥିବା ୩ ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିବା ନେଇ ମଧ୍ୟ ସୂଚନା ମିଳିଛି  । ଏମାନଙ୍କ ନାମ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଯାଇଥିବା ଜଣାଯାଇଛି । 

 ଆଜି ସନ୍ଧ୍ୟାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରାଯିବାନେଇ ଏବେ ଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ନେତାଙ୍କ ଭିଡ଼ ଜମିବାରେ ଲାଗିଛି ।  ସେଭେନ ଲୋକକଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀଙ୍କ ଘରେ ଭିଡ଼ ଧୀରେ ଧୀରେ ଭିଡ଼ ହେବାରେ ଲାଗିଛି । ନୂଆ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ପଦ ପାଇବା ନେଇ ଚର୍ଚ୍ଚାରେ ଥିବା ନେତା ମୋଦୀଙ୍କ ବାସଭବନରେ ପହଞ୍ଚୁଥିବା ଜଣାଯାଇଛି ।  ବିଜେପି ସଭାପତି ଜେ.ପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ପହଞ୍ଚିଥିବା ଜଣାଯାଇଛି ।
ତେବେ ମୋଦିଙ୍କ ଟିମରେ ଓଡ଼ିଶାରୁ କିଏ ନୂଆ ମୁହଁ ଭାବେ ସ୍ଥାନ ପାଇବେ ତାହାକୁ ନେଇ ଚର୍ଚ୍ଚା ଜୋରଧରିଥିବାବେଳେ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ ମୋଦିଙ୍କ ଟିମରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ଅନ୍ୟପକ୍ଷରେ ବର୍ତ୍ତମାନର ସବୁଠୁ ବଡ଼ ଖବର ହେଲା ଅଶ୍ୱିନୀ ବୈଷ୍ଣବ ଏବେ ମୋଦୀଙ୍କ ଘରେ ପହଞ୍ଚିଥିବା ଜଣାଯାଇଛି । ଅନ୍ୟ ନେତାଙ୍କ ଭଳି ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ମୋଦୀଙ୍କ ସେଭେନ ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନରେ ପହଞ୍ଚିଛନ୍ତି । ବିଜେଡି ସମର୍ଥନରେ ବୈଷ୍ଣବ ବିଜେପିରୁ ରାଜ୍ୟସଭା ଯାଇଛନ୍ତି ।