ବଜେଟ : ଦୁଇଗୁଣା ହେଲା ମୁଣ୍ଡପିଛା ଆୟ

ବଜେଟ : ଦୁଇଗୁଣା ହେଲା ମୁଣ୍ଡପିଛା ଆୟ

ବଜେଟ : ଦୁଇଗୁଣା ହେଲା ମୁଣ୍ଡପିଛା ଆୟ


ନୂଆଦିଲ୍ଲୀ : ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ୍‌  । ବିଶ୍ୱରେ ଏବେ ଭାରତ ପଂଚମ ବୃହତମ ଅର୍ଥନୀତି ପାଲଟିଥିବାବେଳେ ମୁଣ୍ଡପିଛା ଆୟ ବୃଦ୍ଧି ପାଇଛି  । ମୁଣ୍ଡପିଛା ଆୟ ବୃଦ୍ଧି ପାଇ ୧.୯୭ ଲକ୍ଷ ଟଙ୍କାରେ ପହଁଚି ପାରିଛି  । 

ଦେଶର ଷଷ୍ଠ ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମନ ଲଗାତର ପଂଚମ ଥର ପାଇଁ ବଜେଟ ଉପସ୍ଥାପିତ କରିବାର ସୌଭାଗ୍ୟ ଲାଭ କରିଛନ୍ତି  । ନିର୍ମଳାଙ୍କ ପୂର୍ବରୁ ମନମୋହନ ସିଂ, ମୋରାରଜୀ ଦେଶାଇ, ଯଶୱନ୍ତ ସିହ୍ନା, ପି. ଚିଦାମ୍ବରମ ଓ ଅରୁଣ ଜେଟଲୀ ହିଁ ଲଗାତର ୫ଥର ବଜେଟ ଉପସ୍ଥାପନ କରିଥିଲେ  ।  ମୋଦିଙ୍କ ଦ୍ୱିତୀୟ ପାଳି ସରକାରର ଏହା ହେଉଛି ଶେଷ ପୂର୍ଣ୍ଣାଙ୍ଗ ବଜେଟ  । ୨୦୨୪ରେ ନିର୍ବାଚନ ଥିବାରୁ ଏହି ବଜେଟରେ ନିର୍ବାଚନୀ ଛୁଙ୍କ ବେଶ ବାରି ହୋଇପଡ଼ିଛି  ।
ବଜେଟ ଅଭିଭାଷଣ ଆରମ୍ଭ କରି ନିର୍ମଳା କହିଥିଲେଯେ, ମହାମାରୀ ସତ୍ୱେ ଦେଶର ଅର୍ଥନୀତି ସଠିକ ଦିଗରେ ଯାଇଥିବାବେଳେ ଉଲ୍ଲେଖନୀୟ ପ୍ରଗତି ପରିଲକ୍ଷିତ ହୋଇଛି  । ବିଶ୍ୱରେ ଏବେ ଭାରତ ପଞ୍ଚମ ବୃହତମ ଅର୍ଥନୀତିରେ ପରିଗଣିତ ହୋଇଛି  । ମୁଣ୍ଡ ପିଛା ଆୟ ଦୁଇଗୁଣା ହୋଇ ୧.୯୭ ଲକ୍ଷ ଟଙ୍କା ହୋଇପାରିଛି  । ଅନ୍ୟ ବୃହତମ ଅର୍ଥନୀତି ତୁଳନାରେ ଭାରତର ଅଭିବୃଦ୍ଧି ହାର ସର୍ବାଧିକ ୭% ହୋଇପାରିବ ବୋଲି ଅର୍ଥମନ୍ତ୍ରୀ ସୀତାରମନ୍‌ ଆକଳନ କରିଛନ୍ତି  ।