ବଜେଟ୍‌ ଉପସ୍ଥାପନ ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ

ବଜେଟ୍‌ ଉପସ୍ଥାପନ ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ

ବଜେଟ୍‌ ଉପସ୍ଥାପନ ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଉପସ୍ଥାପନ ହେବ ୨୦୨୨-୨୩ ଆର୍ଥôକ ବର୍ଷ ପାଇଁ ବଜେଟ। ଏହା ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ବଜେଟ୍‌ରେ ଯୁବ, ମହିଳା ଏବଂ କୃଷକମାନଙ୍କ ପାଇଁ ବିଶେଷ ଗୁରୁତ୍ବ ଦିଆଯାଇଥିବା ଅନୁମାନ କରାଯାଇଛି। ସେହିପରି ନିଯୁକ୍ତି, ମୂଲ୍ୟ ବୃଦ୍ଧି ଉପରେ ମଧ୍ୟ ଧ୍ୟାନ ଦିଆଯାଇଥିବା କୁହାଯାଉଛି। ଦେଶରେ ବର୍ତମାନ ନିର୍ବାଚନ ମାହୋଲ ରହିଛି  । ଉତରପ୍ରଦେଶ, ପଞ୍ଜାବ, ଉତରାଖଣ୍ଡ ସମେତ ୫ଟି ରାଜ୍ୟରେ ଚଳିତ ମାସରେ ଭୋଟ ହେବ  । ଏହାରି ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦିନ ୧୧ଟାରେ ଲୋକସଭାରେ ବଜେଟ ଆଗତ କରିବେ  । ଏହି ବଜେଟରେ ଛୋଟ କୃଷକଙ୍କୁ ବଡ ଉପହାର ଦେଇପାରନ୍ତି ମୋଦି ସରକାର  । ଏହାଛଡା କରୋନା ମହାମାରୀ ଯୋଗୁଁ ପ୍ରଭାବିତ ହୋଇଥିବା ଅର୍ଥନୀତିକୁ ଗତି ଦେବା ପାଇଁ ବଡ ଘୋଷଣା ବି ହୋଇପାରେ  । ଏହି ମହାମାରୀ ସମୟରେ ବଜେଟ ଆଣିଦେଇପାରେ ଆସ୍ୱସ୍ତି କର ପରିସ୍ଥିତି । ନିର୍ମଳା ସୀତାରମଣ ଲଗାତାର ଚତୁର୍ଥ ଥର ଲାଗି ଲୋକସଭାରେ ବଜେଟ ଉପସ୍ଥାପନ କରିବେ  । ଏବେ ଏହା ଉଭୟ ଜନସାଧାରଣ ଓ ସରକାରଙ୍କ ପାଇଁ ଚ୍ୟାଲେଞ୍ଜିଙ୍ଗ ପରିସ୍ଥିତି ସୃଷ୍ଟିକରିବ ।

ବଜେଟ୍ ଉପସ୍ଥାପନ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି  । ତେବେ ଏଥର ବଜେଟରେ ସାଧାରଣ ନାଗରିକ ଓ ମଧ୍ୟମ ଶ୍ରେଣୀଙ୍କ ପାଇଁ କଣ ଘୋଷଣା ହେବ ସେ ଉପରେ ସମସ୍ତଙ୍କ ନଜର ରହିଛି  । ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଥିବାକୁ ସାଧାରଣ ଲୋକଙ୍କୁ ସୁହାଇଲ ଭଳି କିଛି ଘୋଷଣା ବି ବଜେଟରେ ହୋଇପାରେ  । ଏହାଛଡା କେଉଁ ଜିନିଷ ଶସ୍ତା ହେବ ଓ କେଉଁ ଜିନିଷ ମହଙ୍ଗା ହେବ ସେ ଉପରେ ସାଧାରଣ ଲୋକଙ୍କ ନଜର ରହିଛି  । ଦରବୃଦ୍ଧି, କୃଷିକ୍ଷେତ୍ର, ଆତ୍ମନିର୍ଭର ଭାରତ, ପ୍ରତିରକ୍ଷା ଓ ଆୟକର ସ୍ଲାବ ଉପରେ କି ଘୋଷଣା ହେଉଛି ସାରା ଦେଶର ନଜର ରହିଛି  ।