ଫଳ ବ୍ୟବସାୟୀଙ୍କୁ ମହାରାଷ୍ଟ୍ର ପୁଲିସ ଗିରଫ କରିଛି , କାରଣ କଣ ଜାଣନ୍ତୁ

ଫଳ ବ୍ୟବସାୟୀଙ୍କୁ ମହାରାଷ୍ଟ୍ର ପୁଲିସ ଗିରଫ କରିଛି , କାରଣ କଣ ଜାଣନ୍ତୁ

ଫଳ ବ୍ୟବସାୟୀଙ୍କୁ ମହାରାଷ୍ଟ୍ର ପୁଲିସ ଗିରଫ କରିଛି , କାରଣ କଣ ଜାଣନ୍ତୁ
ମୁମ୍ବାଇ: କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ନାଗପୁର ଜିଲ୍ଲାର ଜଣେ ଫଳ ବ୍ୟବସାୟୀଙ୍କୁ ମହାରାଷ୍ଟ୍ର ପୁଲିସ ଗିରଫ କରିଛି । ଚନ୍ଦନ ନରେଶ ଚୌଧୁରୀ ନାମକ ଏହି ନକଲି ଡାକ୍ତରଙ୍କ ଘର ନାଗପୁରରେ କାମାଥି ଅଞ୍ଚଳରେ । ସେ ଫଳ ସହିତ ଆଇସକି୍ରମ ବିକି୍ର କରିଥାନ୍ତି । ଏଥିସହିତ ଅନୁମୋଦନ ନଥାଇ ଏକ ଦାତବ୍ୟ ଚିକିତ୍ସାଳୟର ପରିଚାଳନା ମଧ୍ୟ କରି ଆସୁଛନ୍ତି । ସେଠାରେ ସେ ଆୟୁର୍ବେଦ ଏବଂ ନେଚରପାଥି ଚିକିତ୍ସା କରୁଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ କରୋନା ମହାମାରୀ ଭୟଙ୍କର ରୂପ ନେଇଥିବାରୁ ଏହାର ସୁଯୋଗ ନେଇ ସେ ଡିସପେନସାରୀରେ କରୋନା ରୋଗୀଙ୍କ ଚିକିତ୍ସା ମଧ୍ୟ ଆରମ୍ଭ କରି ଦେଇଥିଲେ । କେତେକ ରୋଗୀ ସଂକଟାପନ୍ନ ହେବାରୁ ମାମଲା ସାମ୍ନାକୁ ଆସିଥିଲା । ପୁଲିସ ତାଙ୍କୁ ଗିରଫ କରିବା ସହିତ ଡିସପେନସାରୀରେ ଚଢ଼ଉ କରିଛି ।