ପ୍ରବାସୀଙ୍କ ନିମନ୍ତେ ବିଭିନ୍ନ ଦାବି ନେଇ ବିଧାୟକ ତାରାପ୍ରସାଦଙ୍କ ପ୍ରେସମିଟ୍ ।
ପ୍ରବାସୀଙ୍କ ନିମନ୍ତେ ବିଭିନ୍ନ ଦାବି ନେଇ ବିଧାୟକ ତାରାପ୍ରସାଦଙ୍କ ପ୍ରେସମିଟ୍ ।
admin
May 28, 2020 - 09:23
Updated: May 28, 2020 - 09:23
ପ୍ରବାସୀଙ୍କୁ ସହାୟତା କରିବାପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପାଖରେ ଦାବି ରଖିଛି କଂଗ୍ରେସ। ଏନେଇ ଆଜି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଜିଲ୍ଲା କଂଗ୍ରେସ ଭବନ ଠାରେ ପ୍ରବାସୀ ମାନେ ବାହାର ରାଜ୍ୟ ରେ କାମ କରୁଥିବା ବେଳେ ସେଠାରେ କଳକାରଖାନା ବନ୍ଦ ହୋଇ ପଡିଛି। ସେଠାରେ ଖାଇବାକୁ ନ ପାଇଁ ନିଜ ଜିଲ୍ଲା କୁ ନିଜ ଗ୍ରାମ କୁ ଫେରି ଆସୁଛନ୍ତି ହଜାର ହଜାର ପ୍ରବାସୀ । ତେବେ ପ୍ରବାସୀ ମାନଙ୍କୁ ଆଣିବା ପାଇଁ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ କିଏ ରାସ୍ତାରେ ଦୁର୍ଘଟଣା ହୋଇ ମରୁଛି ତ କିଏ ଚାଲି ଚାଲି ଅସୁସ୍ଥ ହୋଇ ପଡି ମରିଯାଉଛି ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରବାସୀ ମାନଙ୍କୁ ସରକାରୀ ଖର୍ଚ୍ଚରେ ପ୍ରବାସୀ ଙ୍କ ନିଜ ରାଜ୍ୟ ଓ ନିଜ ଗ୍ରାମ କୁ ଅଣାଯାଉ ବୋଲି ଦାବି କରିଥିଲେ । ଏହାସହିତ ପ୍ରବାସୀ ଶ୍ରମିକଙ୍କୁ ୬ମାସ ଯାଏ ମାସିକ ୭ହଜାର ୫୦୦ଟଙ୍କା ଲେଖାଏଁ ଦିଆଯାଉ। ବେକାରୀ ଭତା ୫୦୦୦ ଲେଖାଏ ପ୍ରଦାନ କରାଯାଉ। ଲକଡାଉନ ଯାଗୁଁ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ବନ୍ଦ ହୋଇ ପଡିଛି। ଯେପରି ବିଲଟ ପେପର ମିଲ କୁ କାର୍ୟ୍ୟକ୍ଷମ କରାଯାଉ ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଏକ ସାମ୍ବାଦିକ ସମିଳନୀ ରେ କହିଛନ୍ତି।