ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ମୋଦିଙ୍କ ଶୋକ

ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ମୋଦିଙ୍କ ଶୋକ

ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ମୋଦିଙ୍କ ଶୋକ
ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ଏବଂ ବରିଷ୍ଠ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି । ପ୍ରଣବ ମୁଖାର୍ଜୀଙ୍କ ବିୟୋଗ ଦେଶର ବିକାଶରେଖାରେ ଏକ ଅଲିଭା ଦାଗ ବୋଲି ମୋଦି ଟ୍ୱିଟ କରିଛନ୍ତି । ଜଣେ ବିଦ୍ୱାନ ବ୍ୟକ୍ତି ଯିଏକି ନିଜ ରାଜନୈତିକ ଅଭିଜ୍ଞତା କାରଣରୁ ଦଳଗତ ନିର୍ବିଶେଷରେ ସମସ୍ତଙ୍କ ପ୍ରିୟଭାଜନ ହୋଇ ପାରିଥିଲେ । ଏପରି ନେତୃତ୍ୱଙ୍କ ବିୟୋଗରେ ମୁଁ ତାଙ୍କ ଆତ୍ମାର ସଦଗତି କାମନା କରୁଛି ବୋଲି ମୋଦି ଟ୍ୱିଟ କରିଥିଲେ । ୧୯୩୫ ମସିହା ଡିସେମ୍ବର ୧୧ରେ ଜନ୍ମଗ୍ରହଣ କରିଥିଲେ ପ୍ରଣବ ମୁଖାର୍ଜୀ । ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ସେ ଭାରତର ରାଷ୍ଟ୍ରପତି ଥିଲେ । ପାଂଚ ଦଶନ୍ଧି ଧରି ସେ ଭାରତୀୟ ରାଜନୀତି ସହ ଜଡ଼ିତ ଥିଲେ । ୨୦୧୯ରେ ତାଙ୍କୁ ଭାରତ ରନôରେ ସମ୍ମାନୀତ କରାଯାଇଥିଲା । ୧୯୬୯ରେ ସେ ରାଜନୀତିକୁ ଆସିଥିଲେ । ତକôାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲେ । ପରେ ସେ ଗାନ୍ଧୀଙ୍କର ବେଶ ଘନିଷ୍ଠ ହେବା ସହ ତାଙ୍କ କ୍ୟାବିନେଟରେ ୧୯୭୩ରେ ସେ ମନ୍ତ୍ରୀ ହୋଇଥିଲେ ।