ପ୍ରକାଶ ପାଇଲା ଯୁକ୍ତ୨ ପରୀକ୍ଷା ଫଳ

ପ୍ରକାଶ ପାଇଲା ଯୁକ୍ତ୨ ପରୀକ୍ଷା ଫଳ

ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି । ଆନୁଷ୍ଠାନିକ ଭାବେ ଗଣଶିକ୍ଷାମନ୍ତ୍ରୀ ରେଜଲ୍ଟ ଘୋଷଣା କରିଛନ୍ତି । ବିଜ୍ଞାନରେ ୯୩.୮୦% ଓ ବାଣିଜ୍ୟରେ ୮୯% ପିଲା ପାସ୍ କରିଛନ୍ତି ।  

ଚଳିତ ବର୍ଷ ରାଜ୍ୟର ୧୧ଶହ ୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୩ ଲକ୍ଷ ୨୧ ହଜାର ୫୦୮ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । କଳାରେ ୨ ଲକ୍ଷ ୧୩ ହଜାର ୪୩୨, ବିଜ୍ଞାନରେ ୭୮ ହଜାର ୭୩ ଜଣ, ବାଣିଜ୍ୟରେ ୨୪ ହଜାର ୧୩୬ ଜଣ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷାର୍ଥୀ ଦେଇଥିଲେ । ମହାମାରୀ ପାଇଁ ଲଗାତର ୨ବର୍ଷ ଧରି ଅନଲାଇନ୍ ପରୀକ୍ଷା ପରେ ଏଥର ଅଫଲାଇନ୍ ପରୀକ୍ଷା ଦେଇଥିଲେ ଛାତ୍ରୀଛାତ୍ରୀ ।