ପୋଲିସ ଉପରକୁ ବୋମାମାଡ

ପୋଲିସ ଉପରକୁ ବୋମାମାଡ

ପୋଲିସ ଉପରକୁ ବୋମାମାଡ
ଭୁବନେଶ୍ୱର: ପୋଲିସ ଉପରକୁ ବୋମାମାଡ଼ କରାଯିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଆଉ ଏହି ବୋମାମାଡ଼ରେ ଜଣେ କନଷ୍ଟେବଳ ଆହତ ହୋଇଥିବା ଜଣାଯାଇଛି । ସ୍ଥାନୀୟ ଖୁଣ୍ଟୁଣୀ ଥାନା ଡାଳଭାଗ ଗ୍ରାମରେ ଏହି ଅଘଟଣ ଘଟିଛି । ସୂଚନା ଅନୁଯାୟୀ, ଏକ ସିମେଂଟ କାରଖାନାକୁ ବିଦ୍ୟୁତ ସଂଯୋଗ ବେଳେ ଉତେଜନା ଘଟିଥିବା ଜଣାପଡିଛି । ଟାୱାର ଲାଇନ ଟଣା ହେଉଥିବା ବେଳେ ଚାଷୀ କ୍ଷତିପୂରଣ ମାଗିଥିଲେ । ଯାହା ଜମି ଉପରେ ଲାଇନ ଯାଉଥିଲା, ସେମାନେ କ୍ଷତିପୂରଣ ମାଗିଥିଲେ । କ୍ଷତିପୂରଣ ନଦେଇ ତାର ଟଣା ଯାଉଥିବାରୁ ଚାପା ଉତେଜନା ହୋଇଥିଲଶ । ଯାହା ଫଳରେ କି ଆଜି ପୋଲିସ ଉପସ୍ଥିତିରେ ତାର ଟଣା ବେଳେ ବୋମାବାଡ ହୋଇଥିଲା । ବୋମାମାଡ କରି ଘଟଣା ସ୍ଥଳରୁ ଦୁର୍ବୃତ ଚମ୍ପଟ ମାରିଥିବା ସୂଚନା ମିଳିଛି ।