ପୁଲିସ, ଅଗ୍ନିଶମ ପାଇଁ ଗୋଟିଏ ନମ୍ବର ୧୧୨
ପୁଲିସ, ଅଗ୍ନିଶମ ପାଇଁ ଗୋଟିଏ ନମ୍ବର ୧୧୨
କଟକ : ରାଜ୍ୟରେ ଲାଗୁ ହୋଇଛି ହୋଇଛି ଏମରଜେନସି ରେସପନସ ସପୋର୍ଟ ସିଷ୍ଟମ (ଇଆରଏସଏସ) ସେବା ୧୧୨ । ଏଣିକି ଅଗ୍ନିଶମ ବିଭାଗ ବା ଦମକଳବାହିନୀର ସହୟତା ପାଇଁ ୧୦୧ ବଦଳରେ ସିଧାସଳଖ ଲୋକ ୧୧୨କୁ କଲ କରିପାରିବେ । ଏଣିକି କେବଳ ୧୧୨ ହିଁ ଏକମାତ୍ର ଜରୁରୀ ସେବା ନମ୍ବର ରହିବ । ଏହି ସେବା ଦ୍ୱାରା ମହିଳା ଓ ବରିଷ୍ଠ ନାଗରିକମାନେ ବିଶେଷ ଭାବେ ଉପକୃତ ହେବେ । ଜରୁରୀ ସମୟରେ ଏହି ନମ୍ବରକୁ ଫୋନ କଲେ ତୁରନ୍ତ ସେବା ମିଳିପାରିବ । ସେହିଭଳି ପୂର୍ବରୁ ଜରୁରିକାଳୀନ ପୁଲିସ ସହାୟତା ପାୃଇଁ ୧୦୦ ନମ୍ବର ମଧ୍ୟ ଏହା ସହିତ ମିଶାଇ ଦିଆଯାଇଛି । ଏ ନେଇ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ‘୧୧୨’ ଇଣ୍ଡିଆ ମୋବାଇଲ ଆପକୁ ଡାଉନଲୋଡ କରିବାକୁ କୁହାଯାଇଛି । ଏହି ଆପ ମାଧ୍ୟମରେ ଜଣେ ବ୍ୟକ୍ତି ନିଜର ନାମ ପଞ୍ଜୀକରଣ କରିବା ସହିତ ଲୋକଙ୍କୁ ସହଯୋଗ କରିବାକୁ ନିବେଦନ କରାଯାଇଛି । ତେଣୁ ଲୋକମାନେ ୧୦୧ ବଦଳରେ ୧୧୨କୁ ଫୋନ କରିବାକୁ ଓଡ଼ିଶା ପୁଲିସ ପକ୍ଷରୁ ନିବେଦନ କରାଯାଇଛି ।




admin 