ପୁରୀରେ ବଡଦାଣ୍ଡ ସେବା

ପୁରୀରେ ବଡଦାଣ୍ଡ ସେବା

ପୁରୀରେ ବଡଦାଣ୍ଡ ସେବା
ପୁରୀ: ପୁରୀରେ ବଡଦାଣ୍ଡ ସେବାର ଆୟୋଜନ କରାଯାଇଛି । ମୋ ଧାମ ମୋ ଗର୍ବ ଅଭିଯାନ ଉଦେ୍ର୍ଧଶରେ ନୂଆ କାର୍ଯ୍ୟକ୍ରମ କରାଯାଇଛି । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡଦାଣ୍ଡ ସେବା କାର୍ଯ୍ୟକ୍ରମ କରାଯାଇଛି । ଆଜିଠାରୁ ପ୍ରତ୍ୟେକ ଶନିବାର ବଡଦାଣ୍ଡ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ । ପୂରୀ ସହର ଓ ବଡଦାଣ୍ଡକୁ ସଫା ରଖିବାକୁ ପ୍ରୟାସ ହେବ । ବ୍ୟବହୃତ ପ୍ଲାଷ୍ଟିକ ସାମଗ୍ରୀ ସଂଗ୍ରହ ସହ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ । ବିତର୍କ ଓ ରଙ୍ଗୋଲି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଗୁଣ୍ଡିଚା ମନ୍ଦିର ନିକଟ ମୁକ୍ତାକାଶ ରଙ୍ଗମଂଚ ଠାରେ ପୁରସ୍କାର ବିତରଣ କରାଯାଇଛି ।