ପୁଣୀ ଥରେ ଆଶୀର୍ବାଦଙ୍କ ଜାମିନ ଖାରଜ

ପୁଣୀ ଥରେ ଆଶୀର୍ବାଦଙ୍କ ଜାମିନ ଖାରଜ

ପୁଣୀ ଥରେ ଆଶୀର୍ବାଦଙ୍କ ଜାମିନ ଖାରଜ
ଭୁବନେଶ୍ୱର: ଏଟି ଚିଟଫଣ୍ଡ କେଶ୍ରେ ଛନ୍ଦି ହୋଇ ପଡିଥିବା ଆଶୀର୍ବାଦ ବେହେରାଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଆଶୀର୍ବାଦଙ୍କ ଜାମିନ ଆବେଦନ ସେସନ୍ସ କୋର୍ଟ ଖାରଜ କରି ଦେଇଛନ୍ତି । ପୂର୍ବରୁ ସିବିଆଇ କୋର୍ଟରେ ଜାମିନ ଆବେଦନ ଖାରଜ ହୋଇଥିଲା । ଚଳିତ ମାସ ୯ ତାରିଖ ଦିନ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ ଆଶୀର୍ବାଦ ବେହେରା । ଆଶୀବାଦ ହେଉଛନ୍ତି ଓସିଏ ପୂର୍ବତନ ସମ୍ପାଦକ । ସୂଚନାନୁଯାୟୀ, ୨୦୧୧ରେ ଓସିଏ ଅର୍ଥତତ୍ୱ ଠାରୁ ବିଜ୍ଞାପନ ବାବଦରେ ୧ କୋଟି ଟଙ୍କା ନେଇଥିଲା । ଉକ୍ତ ଟଙ୍କା ଓଡ଼ିଶା କି୍ରକେଟ ଟିମର ଅଷ୍ଟ୍ରେଲିଆ ଗସ୍ତ ଓ ତକôାଳୀନ କୋଚ ମାଇକେଲ ବେଭାନଙ୍କ ପାଇଁ ଖର୍ଚ୍ଚ ହୋଇଥିଲା । ସେହିପରି ଓପିଏଲରେ ଅନୁଗୁଳ ଟସ୍କର୍ସ, ବାଲେଶ୍ୱର ବାଘାସ, ପୁରୀ ଏମ୍ପାରର୍ସ ଓ ଭୁବନେଶ୍ୱର ଜାଗୁଆରସ ଟିମ ଅଂଶଗ୍ରହଣ କରିଥିବାବେଳେ ଏଥିରେ ଅର୍ଥତତ୍ୱର ଟଙ୍କା ଲାଗିଥିଲା । ଏତଦବ୍ୟତୀତ ଓପିଏଲର ମଧ୍ୟ ଏଟି ପ୍ରାୟୋଜକ ରହିଥିଲା ।