ପୁଣି ପେଶାକୁ ଫେରିଲେ ପ୍ରଫୁଲ
ପୁଣି ପେଶାକୁ ଫେରିଲେ ପ୍ରଫୁଲ
admin
Oct 2, 2019 - 07:26
Updated: Oct 2, 2019 - 07:26
ଭୁବନେଶ୍ୱର: ନୂଆ ଲୁକରେ ଭେଟରାନ କଂଗ୍ରେସ ନେତା ତଥା ତଳସରାର ପୂର୍ବତନ ବିଧାୟକ ପ୍ରଫୁଲ ମାଝୀ । ଡା.ପ୍ରଫୁଲ ମାଝୀ ତଳସରା ନିର୍ବାଚନ ମଣ୍ଡଳୀର ତିନି ତିନିଥରର ବିଧାୟକ । ୨୦୧୯ ସାଧାରଣ ନିର୍ବାଚନରେ ପରାଜିତ ହେବା ପରେ ପୁଣି ପୂର୍ବ ପଶାକୁ ଫେରିଛନ୍ତି ପ୍ରଫୁଲ । ସୁନ୍ଦରଗଡ ଜିଲ୍ଲାରେ ଜିଲ୍ଲପାଳ ଖଣିଜ ପ୍ରତିଷ୍ଠାନ ପାଣ୍ଠି (ଡିଏମଏଫ) ତରଫରୁ ଚୁକ୍ତି ଭିତ୍ତିକ ଡାକ୍ତର ନିଯୁକ୍ତି କରୁଥିବା ଜାଣିବା ପରେ ତଳସରାର ପୂର୍ବତନ ବିଧାୟକ ପ୍ରଫୁଲ ମାଝୀ ପୁଣି ନିଜ ପେଶାକୁ ଆପଣାଇ ନେଇଛନ୍ତି ।
ଡାକ୍ତରରୁ ବିଧାୟକ, ବିଧାୟକରୁ ଡାକ୍ତର । ସ୍ଥାନ ସମାନ, କେବଳ ପଦବୀ ବଦଳିଛି । କଂଗ୍ରେସର ହେବିୱେଟ୍ ନେତା ତଥା ତିନି ତିନିଥରର ତଳସରାର ବିଧାୟକ ପ୍ରଫୁଲ ମାଝୀ ନୂଆ ରୂପରେ । ରୋଗୀ ସେବାରେ ଜୀବନ ବ୍ୟତୀତ କରିବାକୁ ପୁଣି ପୁରୁଣା ପେଶାକୁ ଫେରିଲେ ତଳସରାର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ । ଚଳିତ ନିର୍ବାଚନରେ ପରାଜିତ ହୋଇଥିଲେ ହେଁ ଲୋକଙ୍କ ସେବାରୁ ଅବ୍ୟାହତି ନେଇନାହାନ୍ତି । ଅପହଞ୍ଚ ଇଲାକାରେ ରୋଗୀ ସେବା ଯୋଗାଇ ଦେବା ପାଇଁ ପୁଣି ଆରମ୍ଭ କଲେ ନିଜ ପେଶା । ଦିନ ଥିଲା ଲୋକଙ୍କ ଦାବି ନେଇ ବିଧାନସଭାରେ ଉପସ୍ଥାପନ କରୁଥିଲେ । ଆଜି ପଦବୀ ନାହିଁ, ହେଲେ ଜାରି ରହିଛି ଜନତାଙ୍କ ସେବା । ଲୋକଙ୍କୁ ଭୁଲିନାହାନ୍ତି । ପୁଣି ଡାକ୍ତରଖାନାକୁ ଫେରିଛନ୍ତି । ଡାକ୍ତର ଭାବେ ପୁଣି ଆସିଛନ୍ତି ନିଜ ଅଞ୍ଚଳ ନିଜ ଗାଁକୁ ରୋଗୀସେବା ଯୋଗାଇବା ପାଇଁ ।