ପୁଣି ଭାସିବ ଭୁବନେଶ୍ୱର

ପୁଣି ଭାସିବ ଭୁବନେଶ୍ୱର

ପୁଣି ଭାସିବ ଭୁବନେଶ୍ୱର

ଭୁବନେଶ୍ୱର : ଅସରାଏ ବର୍ଷା ହେଲେ ରାଜଧାନୀ ଉବୁଟୁବୁ ହୁଏ । ଲଗାଣ ବର୍ଷା ହେଲେ ଅବସ୍ଥା ସାଙ୍ଘାତିକ ହୁଏ । ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଲାଗି ରହିଥିଲେ ମଧ୍ୟ ସମାଧାନ ହୋଇପାରୁନାହିଁ । ଦୁଇ ବର୍ଷ ତଳେ ଜଣେ ଛାତ୍ର ଡେ଼୍ରନ୍ରେ ଭାସି ମୃତୁ୍ୟ ବରଣ କରିବା ପରେ ବିଏମସିର ବୁଦ୍ଧି ପଶିଥିଲା । ପୂର୍ବରୁ ନାଲି ଫିତା ତଳେ ପଡ଼ି ରହିଥିବା ଡେ଼୍ରନ୍ ସମ୍ପ୍ରସାରଣ ଯୋଜନାକୁ କାର୍ଯ୍ୟକ୍ଷମ କରାଇବା ଲାଗି ତପôର ହୋଇ ଜମି ଅଧିଗ୍ରହଣ ଆରମ୍ଭ କରିଥିଲା । ତପôରତାର ସହ ବେଶ୍ କିଛି ଦିନ ଜମି ଅଧିଗ୍ରହଣ ହେବା ସହ ସମ୍ପ୍ରସାରିତ ବି ହେଲା । ହେଲେ ତାପରେ ସବୁ ଭୁଲିଗଲେ । ଏବେ ପୁଣି ସମ୍ପ୍ରସାରଣ କଥା ମନେ ପଡ଼ିଛି । ବିଭିନ୍ନ କାରଣରୁ ଜମି ଅଧିଗ୍ରହଣ ହୋଇପାରୁନଥିବାରୁ ଯୋଜନା ଅଧାରୁ ଅଟକିରହିଛି । ଯୋଜନାରେ ସାମିଲ ହୋଇଥିବା ସମସ୍ତ ଡେ଼୍ରନ୍ ସମ୍ପ୍ରସାରିତ ନହେଲେ ବର୍ଷାଜଳ ନିଷ୍କାସନ ସମ୍ଭବ ହେବ ନାହିଁ । ଏହି ଅଧପାନ୍ତରିଆ କାମ କୋଣସି କାମରେ ଲାଗିବ ନାହିଁ । କେବେ ଯୋଜନା କାର୍ଯ୍ୟକାରୀ ହେବ କାହା ପାଖରେ ଉତର ନାହିଁ । ଏଣୁ ଆସନ୍ତା ବର୍ଷା ରତୁରେ ପୁଣି ଥରେ ଭୁବନେଶ୍ୱର ଭାସିବା ଆଶଙ୍କା ଦେଖାଦେଇଛି ।
ରାଜଧାନୀର ଜଳବନ୍ଦୀ ସମସ୍ୟା ଦୂର କରିବା ପାଇଁ ୧୦ ଟି ମୁଖ୍ୟ ଡେ଼୍ରନ୍ ଏବଂ ୨ଟି ଶାଖା ଡେ଼୍ରନ୍ର ସମ୍ପ୍ରସାରଣ ସାଙ୍ଗକୁ କେତେକ ଡେ଼୍ରନର ଜବରଦଖଲ ଉଛେଦର ଆବଶ୍ୟକତା ରହିଛି । ବିଏମ୍ସି ୩ ବର୍ଷ ହେଲା ଉଦ୍ୟମ କରୁଥିଲେ ମଧ୍ୟ ସଫଳ ହେଉନଥିଲା । ଗତ ଅକ୍ଟୋବର ମାସରେ ଖୋର୍ଦ୍ଧା ଜିଲ୍ଳାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଲ୍ଲା ସ୍ତରୀୟ କମିଟି ବୈଠକରେ ଜମି ଅଧିଗ୍ରହଣ ନେଇ ଚୂଡ଼ାନ୍ତ ହୋଇଥିଲା । ଦୁଇଟି ପର୍ଯ୍ୟାୟରେ ରାଜଧାନୀର ୧୦ଟି ପ୍ରମୁଖ ଡେ଼୍ରନ୍ , ୨ଟି ଶାଖା ଡେ଼୍ରନ୍ , ମୁଖ୍ୟ ଡେ଼୍ରନକୁ ସଂଯୋଗ ହୋଇପାରୁନଥିବା ଡେ଼୍ରନକୁ ସଂଯୋଗ କରିବା ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଅଂଚଳ ପାଇଁ ଦୁଇଟି ପର୍ଯ୍ୟାୟେରେ ପ୍ରାୟ ୧୪ ଏକର ଜମି ଅଧିଗ୍ରହଣ ହେବାକୁ ଥିଲା । ୧୩ ଟି ରାଜସ୍ୱ ଗ୍ରାମରେ ୮୩ ଟି ଜମିରୁ ପ୍ରାୟ ୭ ଏକର ଜମି ଅଧିୀଜ୍ରହଣ ହେବା ଯୋଜନା ଥିଲା । ଏଥିପାଇଁ ୧୧୮ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା ।
ଜମି ଅଧିଗ୍ରହଣ ନଭେମ୍ବର ୧୫ ସୁଦ୍ଧା ଶେଷ କରିବାକୁ ନିଷ୍ପତି ହୋଇଥିଲା । ଏଥିରେ ୧୩୬ ଟି ଘରୋଇ ପ୍ଲଟ ରହିଥିଲା , ମାତ୍ର ୧୦ ଟି ପ୍ଲଟ ଅଧିଗ୍ରହଣ ହୋଇଛି । ଆଉ ୧୫ ଜଣ ମାଲିକ ଜମି ଦେବାକୁ ରାଜି ହୋଇଛନ୍ତି । ୨୫ ଟିକୁ ବାଦ୍ ଦେଲେ ଆଉ ୧୧୧ଟି ପ୍ଲଟ୍ ଅଧିଗ୍ରହଣ ପାଇଁ ବାକି ଅଛି । ବର୍ଷେରୁ ଅଧିକ ସମୟରେ ମାତ୍ର ୧୦ଟି ଜମି ଅଧିଗ୍ରହଣ ହୋଇଥିବାରୁ ୧୧୧ଟି ପ୍ଲଟ ଅଧିଗ୍ରହଣ କରିବାକୁ ଆଉ କେତେ ଦିନ ଲାଗିବ ତାହା ସହଜରେ ଅନୁମେୟ ।
     ବିଏମସି ସୂଚନା ମୁତାବକ , ଗତ ମାସ ୧୦ ତାରିଖରେ ଅତିରିକ୍ତ କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହା ଉପରେ ତନାଘନା ହୋଇଛି । ୧୧୧ ଟି ପ୍ଲଟକୁ ଚିହ୍ନଟ କରି ମୈାଜାୱାରି ତଥ୍ୟ ଦାଖଲ କରିବାକୁ ଜେଡ଼୍ ଡ଼ିସି ମାନଙ୍କୁ କୁହାଯାଇଛି ।