ପୁଣି ବିଧାନସଭା ନିକଟରେ ଆଜି ଆତ୍ମାହୁତି ଉଦ୍ୟମ
ପୁଣି ବିଧାନସଭା ନିକଟରେ ଆଜି ଆତ୍ମାହୁତି ଉଦ୍ୟମ
admin
Feb 18, 2021 - 07:15
Updated: Feb 18, 2021 - 07:15
ଭୁବନେଶ୍ୱର: ପୁଣି ବିଧାନସଭା ନିକଟରେ ଆଜି ଆତ୍ମାହୁତି ଉଦ୍ୟମ ହୋଇଛି । ବଜେଟ ଅଧିବେଶନ ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଆତ୍ମାହୁତି ଉଦ୍ୟମ ହୋଇଛି । ଆତ୍ମାହୁତି ଉଦ୍ୟମକୁ ରୋକାଯିବା ପାଇଁ ପୁଲିସ ପକ୍ଷରୁ ବିଧାନସଭା ଚାରିପଟ ରାସ୍ତାକୁ ସିଲ କରାଯାଇଥିଲା । ଏହା ସତ୍ତ୍ୱେ ବି ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି । ଦେହରେ ପେଟ୍ରୋଲ ଢାଳିବା ଅବସରରେ ଉପସ୍ଥିତ ପୁଲିସ ତାଙ୍କୁ କାବୁ କରିଛନ୍ତି । ତେବେ ମହିଳା ଜଣକ କିଏ ଓ କାହିଁକି ସେ ଏମିତି କରୁଥିଲେ ସେ ସମ୍ପର୍କରେ ଖବର ଲେଖା ସୁଦ୍ଧା କିଛି ଜଣାପଡ଼ିନାହିଁ ।
ପ୍ରକାଶ ଯେ, ଗତବର୍ଷ ନଭେମ୍ବର ୨୪ ତାରିଖରେ ଆତ୍ମାହୁତି ଅଭିଯାନର ଆରମ୍ଭ ହୋଇଥିଲା । ନୟାଗଡ଼ ସଦର ଥାନା ଯଦୁପୁର ଗାଁର ଅଶୋକ ସାହୁ ଓ ତାଙ୍କ ସ୍ତ୍ରୀ ସୌଦାମିନୀ ସାହୁ ତାଙ୍କ କୁନି ଝିଅ ପରୀ ହତ୍ୟାକାଣ୍ଡକୁ ନେଇ ବିଧାନସଭା ସାମ୍ନାରେ କିରାସିନି ଢ଼ାଳି ହୋଇ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ । ସେହି ମାସ ୨୭ରେ ଆଠଗଡ଼ ଅଞ୍ଚଳର ଗୁରୁଡି଼ଘାଟିଆ ପ୍ରସାଦ ନାୟକ, କୈଳାସ ନାୟକ, କବିଚନ୍ଦ୍ର ବାରିକ୍ ନାମକ ୩ ଚାଷୀ ଆତ୍ମାହୁତି ଉଦ୍ୟମ କରିଥିଲେ । ଆଠଗଡ଼ କୋ-ଅପରେଟିଭ୍ ବ୍ୟାଙ୍କର ସମବାୟ ଋଣର ଜାଲିଆତି ଛନ୍ଦି ହୋଇଥିବା ଅଭିଯୋଗ ଆଣିଥିଲେ । ତା’ ପରଦିନ ଜଗତସିଂହପୁର କୁଙ୍ଗଜ ଅଞ୍ଚଳବାସୀ ସୁବ୍ରତ ଦାସ ଓ ତାଙ୍କ ମାସୁଲଚନା ଦାସ ଆଇଜି ପାର୍କ ପଛ ପାଶ୍ୱର୍ରେ ଆତ୍ମାହୁତି ଦେବାକୁ ଚେଷ୍ଟା କରିଥିଲେ ।