ପୁଣି ନମ୍ବର ପ୍ଲେଟ ଅବଧି ବଢିଲା
ପୁଣି ନମ୍ବର ପ୍ଲେଟ ଅବଧି ବଢିଲା
ଭୁବନେଶ୍ୱର : ହାଇକୋର୍ଟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା । ଏନେଇ ହାଇକୋର୍ଟରେ ରାଜ୍ୟସରକାର ସତ୍ୟପାଠ ଦାଖଲ କରିଛନ୍ତି । ୧,୨,୩,୪ ନମ୍ବର ପାଇଁ ଆଉ ମାସେ ସମୟସୀମା ବୃଦ୍ଧି ହୋଇଛି । ଡିସେମ୍ବର ୩୧ଯାଏ ସମୟ ବୃଦ୍ଧି କରାଯିବ ନେଇ ସତ୍ୟପାଠରେ ଉଲ୍ଲେଖ ରହିଛି । ବୁକିଂ ହୋଇଥିଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବନାହିଁ ବୋଲି ହାଇକୋର୍ଟ କହିଛନ୍ତି ।
ଅର୍ଥାତ ଡିସେମ୍ବର ୩୧ ଯାଏଁ ସମୟସୀମା ବୃଦ୍ଧି ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ଏହି ସମୟସୀମା ମଧ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍ ପାଇଁ ବୁକିଂ ହୋଇଥିଲା କୌଣସି କାର୍ୟ୍ୟାନୁଷ୍ଠାନ ହେବନି ବୋଲି ବି ଉଲ୍ଲେଖ କରିଛନ୍ତି ରାଜ୍ୟ ସରକାର ।
କୌଣସି ପ୍ରାକ୍ ପ୍ରସ୍ତୁତି ନ କରି ରାଜ୍ୟ ସରକାର ତରବରିଆ ଭାବେ ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏଥିପାଇଁ ଅନ୍ଲାଇନ୍ରେ ଆବେଦନ କରିବାକୁ କୁହାଯାଇଥିଲା। ଏପରିକି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏହି ନମ୍ବର ପ୍ଲେଟ ନ ଲଗାଇଲେ ୫ରୁ ୧୦ ହଜାର ପର୍ୟ୍ୟନ୍ତ ତଣ୍ଡ ଗଣିବାକୁ ପଡ଼ିବ ବୋଲି ବି ଚେତାବନି ଦେଇଥିଲେ ରାଜ୍ୟ ସରକାର ।
ଏହାପରେ ଛାନିଆ ହୋଇ ପଡ଼ିଥିବା ନିରୀହ ଲୋକେ ଅନ୍ଲାଇନ୍ରେ ଆବେଦନ କରିବା ପାଇଁ ଲୋକମାନେ ନାକେଦମ୍ ହେଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରୁ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ।
ସେପ୍ଟେମ୍ବର ୩୦ରେ ଓଡିଶା ହାଇକୋର୍ଟ ଏହି ମାମଲାର ଶୁଣାଣି କରିବା ପରେ ରାଜ୍ୟ ସରକାର ହାଇସିକ୍ୟୁରିଟି ଲଗାଇବା ଅବଧିକୁ ବୃଦ୍ଧି କରିଥିଲେ। ପ୍ରଥମେ ୧, ୨, ୩, ୪ ନମ୍ବର ବିଶିଷ୍ଟ ଗାଡ଼ିର ସମୟ ସୀମାକୁ ଅକ୍ଟୋବର ୩୦ ପର୍ୟ୍ୟନ୍ତ ପରେ ନଭେମ୍ବର ୩୦ ଓ ଏବେ ଡିସେମ୍ବର ୩୦ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ଅନ୍ୟ ନମ୍ବର ବିଶିଷ୍ଟ ଗାଡ଼ିର ଅବଧି ବି ଆପେଆପେ ବଢ଼ିଯିବ ବୋଲି ଜଣାଯାଇଛି।




admin 