ପୁଣି ଆଜି ୧୭ ଦଲାଲ ଗିରଫ

ପୁଣି ଆଜି ୧୭ ଦଲାଲ ଗିରଫ

ପୁଣି ଆଜି ୧୭ ଦଲାଲ ଗିରଫ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶ କ୍ରମେ ରାଜ୍ୟବ୍ୟାପୀ ମେଡିକାଲ ଓ ଆରଟିଓ ଅଫିସରେ ଦଲାଲ ଧରପଗଡ଼ ଜାରି ରହିଛି । ଏହିକ୍ରମମରେ ଶୁକ୍ରବାର ରାଜ୍ୟର ବିଭିନ୍ନ ମେଡିକାଲ ଓ ଆରଟିଓ ଅଫିସରୁ ବର୍ତ୍ତମାନ ସୁଦ୍ଧା ମୋଟ ୧୭ ଜଣ ଦଲାଲଙ୍କୁ ଗିରଫ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି ବି.କେ ଶର୍ମା । ତାଙ୍କ ସୂଚନା ଅନୁଯାୟୀ ବାଲେଶ୍ୱର ମେଡିକାଲ କଲେଜରୁ ୩ ଓ ଆରଟିଓ ଅଫିସରୁ ୩ ଜଣ ଦଲାଲଙ୍କୁ ଗିରଫ କରାଯାଇଥିବାବେଳେ ବାରିପଦା ହସ୍ପିଟାଲରୁ ୩, ଅନୁଗୁଳ ମେଡିକାଲରୁ ୪ ଓ ଆରଟିଓରୁ ୨ , ଭବାନୀପାଟଣା ମେଡିକାଲରୁ ୨ଜଣ ଦଲାଲଙ୍କୁ ଗିରଫ କରାଯାଇଛି ।