ପୁଅକୁ ପିଟି ପିଟି ମାରିଦେଲା ନିଷ୍ଠୁର ବାପା ।

ପୁଅକୁ ପିଟି ପିଟି ମାରିଦେଲା ନିଷ୍ଠୁର ବାପା ।

ପୁଅକୁ ପିଟି ପିଟି ମାରିଦେଲା ନିଷ୍ଠୁର ବାପା ।
କଂସେଇ ସାଜିଲା ବାପା । ୨୨ ବର୍ଷୀୟ ପୁଅକୁ ନିଜ ହାତରେ ପିଟି ପିଟି ମାରିଦେଲା ନଷ୍ଠୁର ବାପା । ରାଇଘର ଥାନା ସରଗୁଲି ଗ୍ରାମ ମୁକୁଲି ଛକରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ପୁଅକୁ ପିଟି ପିଟି ମାରିଥିବା ବାପା ବିରୋଧରେ ଅଭିଯୋଗ କରିଛନ୍ତି ଅନ୍ୟ ଚାରି ପୁଅ । ତେବେ ଅଭିଯୋଗ ପାଇଁ ପୋଲିସ ଘଟଣାସ୍ଥଳରେ ପହଂଚିଥିଲା । ଏହା ପୂର୍ବରୁ ଅଭିଯୁକ୍ତ ପ୍ରାୟ ୧୦ବର୍ଷ ତଳେ ନିଜ ସ୍ତ୍ରୀକୁ ହତ୍ୟା କରି ଜେଲ୍ ଯାଇଥିଲା । ପରେ ଦ୍ୱିତୀୟ ବିବାହ କରି ରହୁଥିଲା । ଏଣେ ହତ୍ୟାକରିବା ପରେ ଅଭିଯୁକ୍ତ ବାପା ଫେରାର ହୋଇଯାଇଥିବାବେଳେ ପୋଲିସ ତନାଘନା ଖୋଜିବା ଆରମ୍ଭ କରିଛି । ତେବେ କାହିଁକି ଓ କ’ଣ ପାଇଁ ସେ ହତ୍ୟା କରିଥିଲା, ତା’ର ଖବର ଏପର୍ଯ୍ୟନ୍ତ ଅସ୍ପଷ୍ଟ ହୋଇ ରହିଛି ।