ପିସିସି ସଭାପତି ନିରଂଜନ ପଟ୍ଟନାୟକ ଅସୁସ୍ଥ

ପିସିସି ସଭାପତି ନିରଂଜନ ପଟ୍ଟନାୟକ ଅସୁସ୍ଥ

ପିସିସି ସଭାପତି ନିରଂଜନ ପଟ୍ଟନାୟକ ଅସୁସ୍ଥ

ଭୁବନେଶ୍ବର: ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ। ରାଜଧାନୀର ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା ଚାଲିଛି। ମଙ୍ଗଳବାର ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଏକ ସ୍ଥାନୀୟ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ସୂଚନା ଅନୁସାରେ ନିରଞ୍ଜନ ପଟ୍ଟନାୟକ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ ହଠାତ୍ ଅସୁସ୍ଥ  ହୋଇପଡିଥିଲେ । ଏହାପରେ ତାଙ୍କ ସ୍ୱାସ୍ଥ୍ୟ ଭଲନଲାଗିବାରୁ, ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । 

ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି । ତାଙ୍କୁ ଦୁଇ ଦିନ ଅବଜରଭେସନରେ ରଖିବା ପାଇଁ ଡାକ୍ତରୀ ଦଳ ପରାମର୍ଶ ଦେଇଛନ୍ତି । ଏନେଇ କଂଗ୍ରେସ ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ସଚୂନା ଦେଇଛନ୍ତି ।