ପିଲାଙ୍କ ମାସ୍କ ପିନ୍ଧାକୁ ନେଇ ଆସିଲା ବଡ଼ ଖବର

ପିଲାଙ୍କ ମାସ୍କ ପିନ୍ଧାକୁ ନେଇ ଆସିଲା ବଡ଼ ଖବର

ପିଲାଙ୍କ ମାସ୍କ ପିନ୍ଧାକୁ ନେଇ ଆସିଲା ବଡ଼ ଖବର

ନୂଆଦିଲ୍ଲୀ: କରୋନା ଗାଇଡ୍‌ଲାଇଉନ୍‌କୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆସିଛି ନୂଆ ସଂଶୋଧିତ ନିୟମ।  ନୂଆ ଗାଇଡଲାଇନ୍ ଅନୁଯାୟୀ, ୫ ବର୍ଷ କିମ୍ବା ତା’ଠୁ କମ୍ ବୟସର ପିଲାଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି କୁହାଯାଇଛି।  ଏହାବାଦ ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର।  

ଏହି ବର୍ଗର ପିଲା କରୋନାରେ ଆକ୍ରାନ୍ତ ହେଲେ ସେମାନଙ୍କ ପାଇଁ ଷ୍ଟେରୟଡର ଉପଯୋଗ ନ କରିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ୧୮ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ଆଣ୍ଟି ଭାଇରାଲ ବା ମୋନୋକ୍ଲୋନଲ ଆଣ୍ଟିବଡିର ଉପଯୋଗ ନ କରିବାକୁ ମନା କରିଛି ସ୍ୱାସ୍ଥ୍ୟ ବିଭାଗ । ଏପରିକି ଆବଶ୍ୟକ ସ୍ଥଳରେ ଏହାର ଉପଯୋଗ କଲେ ୧୦ରୁ ୧୪ ଦିନ ମଧ୍ୟରେ ଏହାର ଡୋଜ କମାଇବାକୁ ମଧ୍ୟ କୁହାଯାଇଛି।

ଏହାବାଦ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ  କୁହାଯାଇଛି ଯେ ୬ରୁ ୧୧ ବର୍ଷ ବୟସର ପିଲାମାନେ ଅଭିଭାବକଙ୍କ ତଦାରଖରେ ସୁରକ୍ଷିତ ଉପାୟରେ ମାସ୍କର ବ୍ୟବହାର କରିପାରିବେ।  ଏହାବାଦ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ୧୨ ବର୍ଷ  ଓ ତା’ଠୁ ଅଧିକ ବୟସ୍କ ପିଲାଙ୍କୁ ବୟସ୍କଙ୍କ ପରି ମାସ୍କ ପିନ୍ଧିବା ଉଚିତ।

କରୋନାର ତୃତୀୟ ଲହରରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହେଉଥିବା ବେଳେ ଏଥିଯୋଗୁ ବେଶି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯାଉ ନ ଥିବା କହିଛନ୍ତି  ସ୍ୱାସ୍ଥ୍ୟ ବିଭାଗ । କିନ୍ତୁ ସତର୍କତା ଜରୁରୀ ବୋଲି ଚେତାଇ ଦିଆଯାଇଛି।