ପିଡିଏସ୍‌ ଚାଉଳ ନେଇ ଫେରୁଥିଲେ, ପିକ୍‌ଅପ୍‌ ଓଲଟି ୧୫ ଆହତ

ପିଡିଏସ୍‌ ଚାଉଳ ନେଇ ଫେରୁଥିଲେ, ପିକ୍‌ଅପ୍‌ ଓଲଟି ୧୫ ଆହତ

ପିଡିଏସ୍‌ ଚାଉଳ ନେଇ ଫେରୁଥିଲେ, ପିକ୍‌ଅପ୍‌ ଓଲଟି ୧୫ ଆହତ

ବଣାଇ: ପିକଅପ୍ ଓଲଟି ୧୫ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ପିକଅପଟି ଲହୁଣୀପଡା ଥାନା ଭୁତୁଣୀରୁ ଫେରୁଥିଲା। ସରେଇକଳାରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା। 

ସୂଚନା ଅନୁସାରେ ପିଡିଏସ୍ ଚାଉଳ ନେଇ ପ୍ରାୟ ୩୦ଜଣ ଗୋଟିଏ ପିକଅପରେ ଫେରୁଥିଲେ । ତେଣୁ ଗାଡିଟି ତା’ର ଭାରସାମ୍ୟ ହରାଇ  ସରେଇକଳାରେ ଓଲଟି ପଡିଥିଲା । କିଛି ଲୋକ ଅଳ୍ପକେ ବର୍ତ୍ତିଯାଇଥିବାବେଳେ ୧୫ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହାସହିତ ପିଡିଏସ୍ ଚାଉଳ ରାସ୍ତାରେ ବିଛାଡି ହୋଇ ପଡିଥିଲା । ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଆହତମାନଙ୍କୁ ଚିକିତ୍ସା କରାଯାଉଛି । ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।