ପିକନିକରୁ ଫେରୁଥିଲେ, ଡିଭାଇଡରରେ ପିଟି ହେଲା କାର, ଆଉ ତା’ ପରେ ..
ପିକନିକରୁ ଫେରୁଥିଲେ, ଡିଭାଇଡରରେ ପିଟି ହେଲା କାର, ଆଉ ତା’ ପରେ ..
ବ୍ରହ୍ମପୁର : ରାସ୍ତା ଡିଭାଇଡରରେ କାର୍ ପଟି ହୋଇ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି ଓ ୫ଜଣ ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଥାନା ଅଗସ୍ତି ନୂଆଗାଁ’ରେ । ସୂଚନା ଅନୁସାରେ ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟର କଲେଜର କିଛି ଛାତ୍ର ଭୁବନେଶ୍ୱରରୁ ଗୋପାଳପୁର ବୁଲିବାକୁ ଆସିଥିଲେ । ଖୁସିରେ ବୁଲାବୁଲି କରି ଫେରୁଥିବାବେଳେ ହଠାତ୍ କାରଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା ।
ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ରୁଣ୍ଢ ହୋଇଯାଇଥିଲେ । ସେଠାରେ ଜଣଙ୍କ ଜୀବନ ଚାଲିଯାଇଥିଲା । ଅନ୍ୟ ଆହତ ମାନଙ୍କୁ ସଙ୍ଗେସଙ୍ଗେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତର ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରତ୍ଥିବା ସୂଚନା ମିଳିଛି । ଏଭଳି ଘଟଣା ପାଇଁ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।




admin 