ପାରାଦୀପ- ହଳଦିଆ ପାଇପ ଲାଇନ ଫାଟିଲା

ପାରାଦୀପ- ହଳଦିଆ ପାଇପ ଲାଇନ ଫାଟିଲା

ପାରାଦୀପ- ହଳଦିଆ ପାଇପ ଲାଇନ ଫାଟିଲା

ପାରାଦୀପ : ଫାଟିଲା ଆଇଓସିଏଲ ପାଇପ ଲାଇନ୍‌। ପାରାଦୀପ- ହଳଦିଆ ପାଇପ ଲାଇନରେ ଫାଟିବାରୁ ରାସ୍ତା ପାର୍ଶ୍ଵରେ ତେଲର କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ପାରାଦୀପ ତୈଳବିଶୋଧନାଗାର କର୍ମଚାରୀ ଉପସ୍ଥିତ ରହି ପାଇପ ଲିକ ବନ୍ଦ କରିବାକୁ ଉଦ୍ୟମ କରୁଛନ୍ତି। ତେବେ ପାଇପ୍ ଲିକେଜ ଦେଇ ହଜାର ହଜାର ଲିଟର ତେଲ ନଷ୍ଟ ହୋଇଥିବା ସୂଚନା ମିଳିଛି।

ସୂଚନା ମୁତାବିକ, ପାରାଦୀପ ତୈଳବିଶୋଧନାଗାର ଟାଉନ ସିପ ନିକଟରେ ପାଇ ପଲାଇନ ଫାଟି ଯାଇଥିବା ସୂଚନା ମିଳିଛି। ହଳଦିଆ ପୋର୍ଟରୁ ପାରାଦୀପ ତୈଳବିଶୋଧନାଗାରକୁ ଆସୁଥିବା ଅଶୋଧିତ ତୈଳର ପାଇପ ଲାଇନ କୌଣସି କାରଣରୁ ଫାଟିଯାଇଥିବା ସୂଚନା ମିଳିଛି। ଯାହାଫଳରେ ପ୍ରଚୁର ପରିମାଣରେ ତେଲ ଲିକେଜ ହେବା କାରଣରୁ ଘଟଣା ସ୍ଥଳରେ ରହିଥିବା ତେଲ ପୋଖରୀ ଭ୍ରମ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ତେଲର କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଫାଇପ୍ ଲାଇନ୍ ମରାମତି ପାଇଁ ବିଶେଷଜ୍ଞ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧାନ କରାଯାଉଛି।