ପାଖରେ ବସିବାକୁ ଦିବ୍ୟାଶଙ୍କରଙ୍କୁ ମନା, ତଥାପି ସୁରକ୍ଷା ଦେଉଛନ୍ତି

ପାଖରେ ବସିବାକୁ ଦିବ୍ୟାଶଙ୍କରଙ୍କୁ ମନା, ତଥାପି ସୁରକ୍ଷା ଦେଉଛନ୍ତି

ପାଖରେ ବସିବାକୁ ଦିବ୍ୟାଶଙ୍କରଙ୍କୁ ମନା, ତଥାପି ସୁରକ୍ଷା ଦେଉଛନ୍ତି

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ଏବେ ସାରା ରାଜ୍ୟ ଉଠୁଛି ପଡ଼ୁଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେକୁ ଗିରଫ କରାଯାଇଥିବାବେଳେ ଏଥିରେ ସମ୍ପୃକ୍ତି ଅଭିଯୋଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ହୋଇଆସୁଛି । ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ନେଇ ଗତ କିଛି ଦିନ ହେଲା ବିରୋଧୀ ତୁମ୍ଭିତୋଫାନ କରିଆସୁଛନ୍ତି । ଏମିତି ସ୍ଥିତି ହେଲାଣି ଯେ ଦିବ୍ୟଶଙ୍କରଙ୍କୁ ନେଇ ସରକାର ପୂରା ଅଡୁଆରେ। ଏମିତିକି ମୁଖ୍ୟମନ୍ତ୍ରୀ ଏଵେ ନିଜ ଭାବମୂର୍ତ୍ତି ରକ୍ଷା ପାଇଁ ଦିବ୍ୟାଶଙ୍କରଙ୍କୁ ପାଖରେ ପୁରାଉ ନାହାନ୍ତି। ମଞ୍ଚରେ ପାଖରେ ବସିବାକୁ ମନା କରିଦେଇଛନ୍ତି। ତଥାପି ମୁଖ୍ୟମନ୍ତ୍ରୀ ଏଭଳି ଜଣେ ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ଏ ପ୍ରସଙ୍ଗ ସାମ୍ନାକୁ ଆଣି ସରକାରଙ୍କୁ ଘେରିଛି କଂଗ୍ରେସ ।

 କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।  ଏହି ମାମଲାରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ଭୂମିକାକୁ ନେଇ ଶ୍ରୀ ନାୟକ ପ୍ରଶ୍ନ ଉଠାଇଛନ୍ତି ।  ଦିବ୍ୟଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।  ଏପରିକି ଦିବ୍ୟଶଙ୍କରଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱନ୍ଦ୍ୱରେ ରହିଛନ୍ତି  । ଏଥିପାଇଁ ଶୁକ୍ରବାର ମୟୂରଭଞ୍ଜରେ ଅନୁଷ୍ଠିତ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ ବେଳେ ମଞ୍ଚରେ ତାଙ୍କ ପାଖରେ ଦିବ୍ୟଶଙ୍କରଙ୍କୁ ବସିବାକୁ ଦେଇନାହାନ୍ତି । ଦ୍ୱନ୍ଦ୍ୱ ଯୋଗୁଁ ବାରିପଦା ଗସ୍ତବେଳେ ମୁଖ୍ୟମନ୍ତ୍ରୀ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସାଥିରେ ନେଇନାହାନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି । 

ପ୍ରକାଶ ଯେ,  ନବୀନଙ୍କ ମୟୂରଭଂଜ ଗସ୍ତର ଶେଷ ମୁହୂର୍ତରେ ଅତିଥି ତାଲିକାରୁ ବାଦ୍ ପଡ଼ିଥିଲା ଦିବ୍ୟଶଙ୍କରଙ୍କ ନାଁ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମଂଚ ଉପରେ ବସିବା ପାଇଁ ସ୍ଥିର ହୋଇଥିଲା । ସେ ୪ ମିନିଟ୍ ଭାଷଣ ବି ଦେଇଥାନ୍ତେ । ହେଲେ ପ୍ରସ୍ତୁତ ହୋଇଥିବା ଚୂଡାନ୍ତ କାର୍ୟ୍ୟସୂଚୀରୁ ତାଙ୍କୁ ବାଦ୍ ଦିଆଯାଇଥିଲା । କେବଳ ସେତିକି ନୁହଁ, ମୟୂରଭଂଜ ଜିଲ୍ଲାର ବିଭିନ୍ନ ବ୍ଲକରେ ସ୍ମାର୍ଟ ହେଲଥ୍ କାର୍ଡ ବାଂଟିବା ପାଇଁ ଯେଉଁ ତାଲିକା ହୋଇଥିଲା, ସେଥିରୁ ମଧ୍ୟ ତାଙ୍କ ନାଁ ବାଦ୍ ଦିଆଯାଇଛି । ଏଥରୁ ଜଣାପଡ଼ୁଛି ଯେ, ମୁଖ୍ୟମନ୍ତ୍ରୀ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ଓ ତାଙ୍କଠାରୁ ଦୂରେଇ ରଖିଛନ୍ତି ।