ପାକିସ୍ତାନ ଗସ୍ତରେ ଥିବା ୱିଷ୍ଟଇଣ୍ଡିଜ୍ର ୩ ଖୋଳାଳିଙ୍କୁ କରୋନା

ପାକିସ୍ତାନ ଗସ୍ତରେ ଥିବା ୱିଷ୍ଟଇଣ୍ଡିଜ୍ର ୩ ଖୋଳାଳିଙ୍କୁ କରୋନା

ପାକିସ୍ତାନ ଗସ୍ତରେ ଥିବା ୱିଷ୍ଟଇଣ୍ଡିଜ୍ର ୩ ଖୋଳାଳିଙ୍କୁ କରୋନା

 କରାଚୀ: ପାକିସ୍ତାନ ଗସ୍ତରେ ଯାଇଥିବା ୱେଷ୍ଟଇଣ୍ଡିଜ୍ର ୩ ଖୋଳଳି କରୋନା ସଂକ୍ରମିତ ହୋଇଛନ୍ତି। ଶେଲଡନ୍ କଟ୍ଟରେଲ୍, ରୋଷ୍ଟନ୍ ଚେଜ୍ ଓ କାଇଲ୍ ମେୟର୍ସ। ଏହି ତିନି ଜଣଙ୍କୁ ଆଇସୋଲେଟ୍ କରିଦିଆଯାଇଛି।

କରୋନାରେ ଆକ୍ରାନ୍ତ ହେବା ପରେ କଟ୍ଟରେଲ୍, ଚେଜ୍ ଓ ମେୟର୍ସଙ୍କୁ ଆସନ୍ତା ୧୩ ତାରିଖରୁ କରାଚିରେ ଆରମ୍ଭ ହେବାକୁଥିବା ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରୁ ବାଦ୍ ଦିଆଯାଇଛି। ପାକିସ୍ତାନ ଗସ୍ତରେ ୱେଷ୍ଟଇଣ୍ଡିଜ୍ ଟିମ୍ ଟି-୨୦ ସିରିଜ୍ ପରେ ଡିସେମ୍ବର ୧୮ ତାରିଖରୁ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ।

କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ କହିଛି, ଟିମର ତିନିଜଣ ଖେଳାଳି ଓ ଜଣେ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ରୋଷ୍ଟନ୍ ଚେଜ୍, ଶେଲଡନ୍ କଟ୍ଟରେଲ, କାଇଲ୍ ମେୟର୍ସଙ୍କ ବ୍ୟତୀତ ସପୋର୍ଟ ଷ୍ଟାଫର ଜଣେ ସଦସ୍ୟ ମଧ୍ୟ ଅଛନ୍ତି। ଏହି ଖେଳାଳିମାନେ ୧୦ ଦିନ ଯାଏ ଆଇସୋଲେସନରେ ରହିବେ। ଏହି ଚାରିଜଣ ସଦସ୍ୟ କରୋନାର ଦୁଇଟି ଯାକ ଡୋଜ୍ ନେଇଛନ୍ତି ଏବଂ ଏମାନଙ୍କ ଭିତରେ ସେଭଳି ବଡ଼ ଲକ୍ଷଣ ନାହିଁ।