ପାକିସ୍ତାନରେ ଭୂମିକମ୍ପ, ୨୦ ମୃତ
ପାକିସ୍ତାନରେ ଭୂମିକମ୍ପ, ୨୦ ମୃତ
ଇସଲାମବାଦ: ପାକିସ୍ତାନରେ ଗୁରୁବାର ସକାଳେ ଭୟଙ୍କର ଭୂମିକମ୍ପର ସୂଚନା ମିଳିଛି। ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଏଥିରେ ଅତିକମରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ପ୍ରାୟ ୩୦୦ ଲୋକେ ଆହତ ହୋଇଥିବା ସୂଚନା ମିଳିଛି। ମୃତ୍ୟୁସଂଖ୍ୟା ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି ।
ଆଜି ସକାଳ ପ୍ରାୟ ସାଢେ ୩ଟା ସମୟରେ ଭୂମିକମ୍ପ ହୋଇଥିଲା । ଏହା ବାଲୁଚିସ୍ତାନ ପ୍ରଦେଶ ଅନ୍ତର୍ଗତ ହର୍ନେଇଠୁ ପ୍ରାୟ ୧୪ କିମି ଉତ୍ତର-ଉତ୍ତର ପୂର୍ବରେ କେନ୍ଦ୍ରୀତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ପାଖାପାଖି ୬.୦ ରେକର୍ଡ ହୋଇଛି ।ପ୍ରାୟ ୩୦୦ ଲୋକେ ଭୂମିକମ୍ପରେ ଆହତ ହୋଇଛନ୍ତି ଏବଂ ବଡ ବଡ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବଡ ଭୋରରୁ ଭୂମିକମ୍ପ ହୋଇଥିବାରୁ ଲୋକେ ନିଜ ନିଜ ଘରେ ଶୋଇଥିଲେ ଏବଂ ଭୂମିକମ୍ପ ଅନୁଭୂତ ହେବା ମାତ୍ରେ ଜୀବନ ବଞ୍ଚାଇବା ଭୟରେ ଘରୁ ଦୌଡି ବାହାରକୁ ପଳାଇ ଆସିଥିଲେ । ଲୋକେ ଶୋଇଥିବା ଅବସ୍ଥାରେ ଏହା ଘଟିଥିବାରୁ ଏତେସଂଖ୍ୟକ ମୃତ୍ୟୁ ହୋଇଥିବା କୁହାଯାଉଛି । ଏହି ଦୁର୍ବିପାକ ସମୟର ଭୟାନକ ଚିତ୍ର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।




admin 