ପଦ୍ମଶ୍ରୀ ତୁଳସୀ ମୁଣ୍ଡା ପୁଣି ଅସୁସ୍ଥ

ପଦ୍ମଶ୍ରୀ ତୁଳସୀ ମୁଣ୍ଡା ପୁଣି ଅସୁସ୍ଥ

ପଦ୍ମଶ୍ରୀ ତୁଳସୀ ମୁଣ୍ଡା ପୁଣି ଅସୁସ୍ଥ
ଭୁବନେଶ୍ଵର: ପଦ୍ମଶ୍ରୀ ତୁଳସୀ ମୁଣ୍ଡା ପୁଣି ଅସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଛନ୍ତି। ଶ୍ୱାସ ସମସ୍ୟା ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତ କିଛି ଦିନ ପୂର୍ବରୁ ସେ ଏହି ସମସ୍ୟା ଭୋଗିଥିଲେ। ଫେବୃୟାରୀ ୧୭ରେ ସେ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।